ମୟୂରଭଞ୍ଜ ସାହିତ୍ୟ ପରିଷଦର ୪୦ ତମ ବାର୍ଷିକୋତ୍ସବ ପାଳିତ

ବାରିପଦା/
ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦର ୪୦ତମ ବାର୍ଷିକୋତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ପରିଷଦର ପତାକା ଉତ୍ତୋଳନ ପରେ ଉଦଘାଟନୀ ପର୍ବ ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରପାଳିକାର ଯୁବ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ତଥା ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ଡ. ବିଜୟ ଅଗ୍ରୱାଲା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପରିଷଦର କୋଷାଧ୍ୟକ୍ଷ ଅଧ୍ୟାପକ ସମରେନ୍ଦ୍ର ବଶା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କଲା ପରେ ସଂପାଦକ ଇଂ ମନୋଜ ଦଳବେହେରା ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର ‘ମୟୂରାକ୍ଷି’ ଲୋକାର୍ପିତ ହୋଇଥିଲା ଏବଂ ଶ୍ରୀମତୀ ସବିତାରାଣୀ ଶିଟ୍ ଏବଂ ଶ୍ରୀ ଅନନ୍ତ ଚରଣ ବେହେରାଙ୍କୁ ମୟୂରଭଞ୍ଜ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦବ୍ୟତୀତ ଡ. ରାଜକିଶୋର ନାୟକଙ୍କୁ ସରୋଜିନୀ-ପ୍ରଫୁଲ୍ଲ ଓତା ସ୍ମୃତି ସାହିତ୍ୟ ସମ୍ମାନ ଏବଂ ସ୍ନେହାଶିଷ ମହାନ୍ତିଙ୍କୁ ଲକ୍ଷ୍ମୀକୁମାରୀ ଦାସ ସ୍ମୃତି ଯୁବ ସାହିତ୍ୟିକ ସମ୍ମାନ ପ୍ରଦାନ କରାଯାଇଥିଲା। ସଭା ଶେଷରେ କବି ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ପରିଷଦର ଉପ ସଭାପତି ଜୟନ୍ତ କୁମାର ଦ୍ବାରୀଙ୍କ ରଚିତ କବିତା ସଂକଳନ ‘ଚଲାପଥେ’ ମୁଖ୍ୟ ଅତିଥି ବାରିପଦା ଉପ ଜିଲ୍ଳାପାଳ ଡ. ଦୟାସିନ୍ଧୁ ପରିଡାଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର ସଂକଳନଟିର ସମୀକ୍ଷା କରିଥିଲେ। ଅଧିବେଶନର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ବବ୍ରୁବାହନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ‘ପାଠକୀୟ ବିମୁଖତା: ଭାଷା ଓ ସାହିତ୍ୟ ବିକାଶରେ ପ୍ରତିବନ୍ଧକ’ ଉପରେ ଆଲୋଚନା କରିଥିଲେ। ପରିଷଦର ଉପସଭାପତି ସୁଶ୍ରୀ କାବେରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ସହ ସଂପାଦିକା ବାସନ୍ତୀଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ମରେ ଆୟୋଜିତ ଉଦଯାପନୀ ପର୍ବରେ କବୟିତ୍ରୀ ଡ. ଅସୀମା ସାହୁ ଏବଂ ଡ. ଶଶିଧର ବିଶ୍ବାଳଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପରିଷଦର ପୂର୍ବତନ ସଭାପତି ଅଜିତ କୁମାର କବାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ସିନିୟର ସିଟିଜେନ ଫୋରମର ସଂପାଦକ ଡ. ଶ୍ୟାମସୁନ୍ଦର ଦାସ ମୁଖ୍ୟ ଅତିଥି, ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାରିପଦା ଶାଖାର ନଗର ପ୍ରମୁଖ ସନ୍ଦୀପ କୁମାର ଚାନ୍ଦ ମୁଖ୍ୟ ବକ୍ତା, ତଥା ‘ସକାଳ’ ଖବର କାଗଜର ଜିଲ୍ଲା ପ୍ରତିନିଧି ଶ୍ରୀ ମନୋଜ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ କୈବଲ୍ୟ ପ୍ରସାଦ ମହାପାତ୍ରଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ପର୍ବର ପ୍ରାରମ୍ଭରେ ସହ ସଂପାଦକ ଅଜିତ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅନ୍ୟତମ ସହ ସଂପାଦକ ଶିଉଲାଲ ମହାନ୍ତ, ବନମାଳୀ ପାତ୍ର, ଡ. ସଞ୍ଜୀବ ପାଣିଗ୍ରାହୀ, ଭାସ୍ବତୀ ପଣ୍ଡା, ଶକୁନ୍ତଳା ମହାନ୍ତ, ସତୀଶ ଚନ୍ଦ୍ର ବେହେରା, ଅଶୋକ କୁମାର ପଲେଇ, କମଳାକାନ୍ତ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।