୬୫ତମ ମାଁ ସମଲେଶ୍ଵରୀଫୁଟବଲ ଟୁର୍ଣ୍ଣାମେଣ୍ଟ,ଉଦଘାଟିତ ମ୍ୟାଚରେ ଘଣ୍ଟାପଡ଼ାଟିମ ବିଜୟୀ,

କଣ୍ଟାମାଳ:-୩୦/୧/୨୫ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ୬୫ତମ ମାଁ ସମଲେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା,ସମାଜସେବୀ ସୁଶାନ୍ତ ମାଝୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ଘଣ୍ଟାପଡ଼ାଦଳ ୧-୦ରେ ସିଙ୍ଗାରୀକୁ ହରାଇ କ୍ୱାଟର ଫାଇନାଲକୁ ଉନ୍ନିତ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ମହିପୁରଦଳ କମସରା ଦଳକୁ ଟ୍ରାଇବ୍ରେକର ଜରିଆରେ ପରବର୍ତ୍ତୀ କ୍ଵାଟର ଫାଇନାଲ ମ୍ୟାଚରେ ପୂର୍ବ ବିଜେତା ଘଣ୍ଟାପଡ଼ା ଦଳକୁ ଭେଟିଥିଲା। ଉକ୍ତ ମ୍ୟାଚରେ ଘଣ୍ଟାପଡ଼ା ଦଳ ମହିପୁରକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ସମସ୍ତ ମ୍ୟାଚକୁ ମୁଖ୍ୟ ଖେଳ ପରିଚାଳକ ସଞ୍ଜିବ ସାହୁଙ୍କ ସହ ସୁଶାନ୍ତ ବାଘ ଓ ଖୁଜାର ମହମ୍ମଦ ଏବଂ ଖେଳ ନିରିକ୍ଷକ ବିରବାହୁ ମାଝୀ ସହ ପରିଚାଳକ ଭାବେ ଖେଳ ପରିଚାଳନା କରିଥିଲେ। ଧାରାବିବରଣୀ ମନ୍ଦିରଧର ବେହେରା, ସୂର୍ଯ୍ୟନାରାୟଣ ସାହୁ ଓ ଦେବେନ୍ଦ୍ରନାଥ ରଣା ପ୍ରଦାନ କରିଥିବାସୁଳେ ବିରେନ୍ଦ୍ର ପ୍ରସାଦ ଦେହୁରୀ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ସମସ୍ତ ଫୁଟବଲ କ୍ଲବର ସଦସ୍ୟ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।