Entertainment

ଘୁମୁରା ୨୦୨୫ ଉଦଘାଟିତ କଳାହାଣ୍ଡି – GHUMURA ୨୦୨୫

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ ମହାକୁମ୍ଭ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଳାହାଣ୍ଡିର କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚ ପରିବେଷଣ କରାଯାଇଥିଲା । ଏହା ସହ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରଙ୍କ ଦ୍ବାରା ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ଶୀତୁଆ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।ନୃତ୍ୟ ଗୀତରେ ରେଣ୍ଡୋ ମାଝୀ ମଞ୍ଚ ଦୁଲୁକି ଉଠିଥିଲା । ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ ସ୍ଥିତ ଶହୀଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ଘୁମୁରା ମହୋତ୍ସବ । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମ ମହାନ୍ତି, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ ।କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର କବି ସମ୍ମିଳନୀର କବିତା ପୁସ୍ତକ “ନିଶାନ” ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୀର ବାଦ୍ୟ ଘୁମୁରାର ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥଲା ସାଂସ୍କୃତିକ ସନ୍ଧ୍ୟା । ଭୁବନେଶ୍ୱର ଓଡ଼ିଶୀ ନୃତ୍ୟ, ରାଜସ୍ଥାନର ମାଙ୍ଗନୀହାର, ଆସାମର ଵିହୁ, ବଲାଙ୍ଗୀରର ଦୁଲଦୁଲି ଘୁଡକା, ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ହରିୟାଣା ଫାକ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ହିମାଚଳର ପାହାଡି ନୃତ୍ୟ ପରିବେଷଣ କରାଯାଇଥିଲା । ଆଉ ସେପଟେ ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଛନ୍ତି।ଆଜି ୨୭ ତମ କଳାହାଣ୍ଡି ଉତ୍ସବ ଆମ ମନାଉଛୁ ବହୁତ୍ ଖୁସି ଲାଗୁଛି । ସମସ୍ତେ ଜାଣିଛନ୍ତି ଯେ କଳାହାଣ୍ଡି କିଭଳି ଭାବରେ ଆଗକୁ ବଢ଼ି ଚାଲିଛି । ସବୁ କ୍ଷେତ୍ରର ଆଜି କଳାହାଣ୍ଡି ଆଗେଇ ଚାଲିଛି ଆସନ୍ତା ୫ବର୍ଷ ଭିତରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ଭାବରେ ପରିଗଣିତ ହେବ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, ‘କଳାହାଣ୍ଡି ଉତ୍ସବର ପ୍ରଥମ ଦିନ ଆଜି ଉଦଘାଟନ ହୋଇଛି ସକାଳୁ ମଞ୍ଚ ପୂଜା ପରେ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥଲା । ଅତିଥିଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟନ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button