ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର ତୃତୀୟ ବାର୍ଷିକ ଉଛବ, ମହାସମାରୋହରେ ପାଳିତ

ତାଳଚେର, ୧୪/୦୧ ଦେଉଳବେଡା ସ୍ଥିତ ଡିସିଆଇ ପ୍ରେଖ୍ୟାଳୟ ଠାରେ ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନ ର ତୃତୀୟ ବାର୍ଷିକ ଉତ୍ସବ ଚଳିତ ମାସ ୧୨ ଓ ୧୩, ତାରିଖ ମହା ସମାରୋହ ରେ ପାଳିତ ହୋଇ ଯାଇଅଛି | ଗୁରୁ ଶ୍ରୀ ଶଙ୍କର ବାଇ ଓ ଶ୍ରୀମତୀ ସସ୍ମିତା ଗାୟନ ଙ୍କ ତତ୍ୱା ବଧାନରେ ଅନୁଷ୍ଠିତ ହୋଇ ଯାଇଅଛି |ଏଥିରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନଗୁଳ, ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଓ ଅନୁଷ୍ଠାନ ର ପୂର୍ବ ତନ ସଭାପତି ଶ୍ରୀଯୁକ୍ତ ସୁମନ୍ତ କୁମାର ପ୍ରଧାନ ମୁଖ୍ୟ ବକ୍ତା ହୋଇଥିବାବେଳେ ସନ୍ନମାନିତ ଅତିଥି ଭାବରେ, ଆସ୍ତା ମହିଳାମଣ୍ଡଲ ଭୁବନେଶ୍ୱରୀ ମହିଳା ମଣ୍ଡଳ ର ସଦସ୍ୟା ଶ୍ରୀମତୀ ସଂଗୀତା ଶ୍ରୀରାମ, ଶ୍ରୀମତୀ ଶୁକ୍ଲା ମିତ୍ରା ଙ୍କ ସହିତ ବିଶିଷ୍ଟ ନୃତ୍ୟ ଗୁରୁ ଗୁରୁ ଗୌରୀ ଶଙ୍କର ଦାସ, ପଦ୍ମଶ୍ରୀ ଡ଼ଃ ଇଲେନା ସୀତାରିଷ୍ଟ, ଗୁରୁ ଗାୟତ୍ରୀ ରଣବିର ଉପସ୍ଥିତ ରହିଥିଲେ ଏଥିସହ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁଶ୍ରୀ ଡ଼ଃ ମନୋଜ କୁମାର ବେହେରା ଓ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବି ଶ୍ରୀଯୁକ୍ତ ଧୀର ମୋହନ ରାଏ ଏଥିସହ ସନ୍ନମାନୀତ ଅତିଥି ଭାବରେ, ନୃତ୍ୟ ଗୁରୁ ସୁଶ୍ରୀ ମିନାକ୍ଷୀ ବେହେରା, ନୃତ୍ୟ ଗୁରୁ ରାଧେଶ୍ୟାମ ତରାଇ, ନୃତ୍ୟ ଗୁରୁ ଛିନ୍ନମୟୀ ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନ ର କଳାକାର ମାନଙ୍କୁ ମାନପତ୍ର ଓ ମୋମେଣ୍ଟଅ ପ୍ରଦାନ କରିଥିଲେ | ଏଥିରେ ତାଳଚେର ର କିଛି ବ୍ୟକ୍ତିତ୍ୱ ରହିଥିବା ବ୍ୟକ୍ତି ତଥା ଶ୍ରୀଯୁକ୍ତ ସୋଭାଗ୍ୟ ଚନ୍ଦ୍ର ମହାରଣା, ବିରଜା ଶଙ୍କର ମିଶ୍ର, ଧୀର ମୋହନ ରାଏ,ସମାଜ ସେବି,ଶ୍ରୀଯୁକ୍ତ ବାପି ମହାନ୍ତି, ଓ କନଢାଳ ର ହରଗଉରୀ କିନର ସଙ୍ଘ ର ସଦସ୍ୟ ମାନଙ୍କୁ,ତାଳଚେର କଳା ସନ୍ନମାନ ରେ ସନ୍ନମାନୀତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ଶ୍ରୀମତୀ ସଞ୍ଚିତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ |ଓ ଶ୍ରୀଯୁକ୍ତ ସଂଜୀବ କୁମାର ପଟ୍ଟନାୟକ ଘୋଷକ ଭାବରେ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ l ଏହିକାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ମହାରଣା, ଶ୍ରୀମତୀ ଝରଣା ନାୟକ, ଶ୍ରୀମତୀ ଶ୍ଵେତା ପଦ୍ମା ଖୁଣ୍ଟିଆ, ସୁଚରିତା ମହାରଣା, ସସ୍ମିତା ବାରିକ, ବସନ୍ତ ଭାଇ, ମଳୟ କୁମାର ମହାରଣା, ରାକେଶ ଦାସ, ମଳୟ ବାରିକ, ଓ ସୁରେଶ|ନ ବେହେରା ଙ୍କ ସହ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ |