Entertainment

ବାଣପୁରର ନୃତ୍ୟମୋହତ୍ସବ ପରମ୍ପlରିକ ଓ ରୀତିନୀତି ରେ ପାଳିତ ହେଲା l

 

 

  ଖୋର୍ଦ୍ଧା ଜିଲ୍ଲା: ବାଣପୁର ଅନ୍ତର୍ଗତ ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ମା’ ଭଗବତୀ କଳା ନିକେତନର ନବମ ବାର୍ଷିକ ଉତ୍ସଵ ଅବସରରେ ଆୟୋଜିତ ମା’ ଭଗବତୀ ନୃତ୍ୟ ମହୋତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।ଏଥିରେ 

ବାଣପୁର ମାଟିର ପରମ୍ପରା ଓ କଳା,ସଂସ୍କୃତି ବେଶ୍ ଅନନ୍ୟ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଟିର କଥା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜାଣିବାର ଅବସର ଆସିଛି ଏବଂ ଲୋପ ପାଇଯାଉଥିବା କଳା ଓ ସଂସ୍କୃତିକୁ ଉଜ୍ଜିବୀତ କରିବାର ଅବସର ଏହା ଆଣିଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ, ଗାଲୁଆ ଗ୍ରାମ ପଂଚାୟତ ସରପଞ୍ଚ ସୁରେଶ କୁମାର ବାରିକ. , ଚଳଚିତ୍ର ହାସ୍ୟାଭିନେତା ବ୍ରଜ ସିଂ, ଶିକ୍ଷାବିଦ୍ ନିରଞ୍ଜନ ମହାନ୍ତି, ସମାଜସେବିକା ସୁମିତ୍ରା ମହାପାତ୍ର,ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ ଓ ସଭାପତି ସୁକାନ୍ତ ବିଶ୍ଵାଳ ମଞ୍ଚାସିନ ଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବରିଷ୍ଠ ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ ଓ ଉଷାରାଣୀ ପଟ୍ଟନାୟକ। କଳାକାର ମାନଙ୍କର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଗୋବିନ୍ଦ ଚନ୍ଦ୍ର ଜାଲି,କିଶୋର ପ୍ରଧାନ, ପ୍ରଶାନ୍ତ ଦାସ ଓ ହରପ୍ରିୟା ବାରିକ। ପରିଚାଳନା ଅନୁଷ୍ଠାନ ର ସମସ୍ତ ସଭ୍ୟ ଓ ସଭ୍ୟl ବୃନ୍ଦ କରିଥିଲେଲୋ । ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ରାଜନୀତିଜ୍ଞ ଲଳିତ ମୋହନ ପଟ୍ଟନାୟକ , ଅଧିବକ୍ତା ବିକ୍ରମ କେଶରୀ ମହାରଥୀ,ଭାତପଡା ଦଳବେହେରା ମାନବେନ୍ଦ୍ର ମହାରଥା, ଶିକ୍ଷାବିଦ୍ ତଥା ସାହିତ୍ୟିକ ଗୋଲକ ବିହାରୀ ପରିଡ଼ାଓ ଗୋଲକ ବିହାରୀ ପଟ୍ଟନାୟକ ଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ମଞ୍ଚରେ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଉତ୍ସବରେ ସମାଜସେବୀ ସୁବ୍ରତ ପାତ୍ର, ନିରଜ ଝା,ନମିତା ଝା, ଏଡିଟର ଭରତ ଭୂଷଣ ବେହେରାଆଦି ମାନ୍ୟଗଣ ବ୍ୟକ୍ତି ମାନଙ୍କ ଉପସ୍ଥିତି ରେ ଚଳଚ୍ଚିତ୍ର ଅଭିନେତା ବ୍ରଜ ସିଂ ଙ୍କ ହlସ୍ୟରସରେ ଏକ ହସର ପରିବେଶ ସୃଷ୍ଟି ହୋଇଥିଲା।ଶେଷରେ ଅନୁଷ୍ଠାନ ର ନିର୍ଦେଶକ ତ୍ରିଲୋଚନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l

Related Articles

Back to top button