୬ଷ୍ଠ ଖଡ଼ଙ୍ଗ ଲୋକମହୋତ୍ସବର ଦ୍ୱିତୀୟ ସଂଖ୍ୟାର କଂସ ଦରବାରରେ କଂସଙ୍କ ପୁତୁନା ପ୍ରେରଣ,


କଣ୍ଟାମାଳ: -୧୧।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳର ମକରପଡ଼ିଆରେ ଆୟୋଜିତ ଷଷ୍ଠ ଖଡ଼ଙ୍ଗ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର ରଙ୍ଗ ସଭାରେ ରାଜ ଅତିଥିଭାବେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ , ଆଇନଜୀବୀ ମନୋଜ ଶର୍ମା, ଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ବଡବାହାଲ ସରପଞ୍ଚ ଜୟ ରଣା, ଶିକ୍ଷାବିତ ଦିଗାମ୍ବର ସାହୁ ପ୍ରମୁଖ ଯୋଗଦେଇ ଖଡ଼ଙ୍ଗ ମହୋତ୍ସବ ଏବେ ଓଡ଼ିଶାରେ ପରିଚିତ ହେବାକୁ ବସିଲାଣି, ତେଣୁ ଏହାର ଆଧୁନିକତାର ବିଚାରଧାରା ଦ୍ୱାରା ପର୍ଯ୍ୟବେଶିତ ହେଲେ ଏହା ଆହୁରି ଆକର୍ଷଣୀୟ ହେବ ବୋଲି ମତ ରଖିଥିଲେ l ମହାରାଜଙ୍କ ଆଦେଶକ୍ରମେ ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା କରିଥିଲେ l ପରେ ସମଲେଶ୍ୱରୀ କଳା ପରିଷଦ ଭାଳେର, କୁରୁକୁପାର ସମ୍ବଲପୁରୀ ନୃତ୍ୟ କଂସ ଦରବାର ଅନୁଷ୍ଠିତ ହୋଇଥିଲା l ନାଟକ ଶ୍ରୀକୃଷ୍ଣ ଜନ୍ମ, କଂସ ମହାରାଜଙ୍କ ରାଜତ୍ୱ, ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ପୁତୁନା ପ୍ରେରଣ ମଞ୍ଚସ୍ଥ ହୋଇଥିଲା l ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ମଞ୍ଚ କଳାକାର ସୁଶିଲ କୁମାର ମେହେରଙ୍କ ନିଖୁଣ ଅଭିନୟରେ ହଜାର ହଜାର ଦର୍ଶକଙ୍କ ମନମୋହିଥିଲା l ଶୀତ ସତ୍ୱେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମହୋତ୍ସବ, ମୀନାବଜାର ଓ ଚୁଟକୁଲା ଖାଦ୍ୟର ମଜା ନେଇଥିଲେ l ମହୋତ୍ସବ ଆବାହକ ଧିରୋଜ ଭୋଇ, ସଭାପତି ମନୋଜ ଦାଶ, ସମ୍ପାଦକ ଭକ୍ତ ସାହୁ, ସାଂସ୍କୃତିକ ପ୍ରଭାରୀ ଲମ୍ବୋଦର ବେହେରା, କମିଟି ସଦସ୍ୟ, ସ୍ବେଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




