ଷଷ୍ଠ ଖଡ଼ଙ୍ଗ ଲୋକମହୋତ୍ସବ ତୃତୀୟ ସଂଧ୍ୟାର କଂସ ଦରବାର ।କଳା ସଂସ୍କୃତି ହିଁ ଅଞ୍ଚଳର ପରିଚୟ ସୃଷ୍ଟି କରିଥାଏ,


କଣ୍ଟାମାଳ,୧୨।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳର ମକରପଡ଼ିଆରେ ଆୟୋଜିତ ଷଷ୍ଠ ଖଡ଼ଙ୍ଗ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ରଙ୍ଗ ସଭାରେ ରାଜ ଅତିଥିଭାବେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟ ଅତିଥି, ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝାଙ୍କର, ସମାଜସେବୀ ପ୍ରେମରାଜ ରଣା, ଶତ୍ରୁଘନ ଶତପଥୀ, ଅଭିରାମ ରଣା, ଶୀକେରପାଟ ମହୋତ୍ସବ କମିଟି ସଭାପତି ରୋହିତ ମାଝୀ, ଶିକ୍ଷାବିତ ସୁଶାନ୍ତ ମାଝୀ, ଅଶୋକ ରଣା, କ୍ଷୀରସାଗର ଭୋଇ, ବ୍ୟବସାୟୀ ଅଶୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତି ହିଁ ଅଞ୍ଚଳର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ l ଶିକ୍ଷାବିତ ନୀଳାଞ୍ଚଳ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ବୌଦ୍ଧର ରୁଦ୍ର ଭୈରବ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ l ଟେଲି ଅଭିନେତ୍ରୀ ସୀମରନ ଦାଶ ଓ ଇନଷ୍ଟା କୁଇନ ସନ୍ତୋଷିନୀ ମେହେରଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା l ପରେ ଅନୁଷ୍ଠିତ କଂସ ଦରବାରରେ ପୁତନା ନିଧନ ଶୁଣି କଂସ ମର୍ମାହତ ଏବଂ ନାରଦଙ୍କ ଆଦେଶ କ୍ରମେ ଷଡ଼ ମଲ୍ଲ ପ୍ରେରଣ ମଞ୍ଚସ୍ଥ ହୋଇଥିଲା l ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ମଞ୍ଚ କଳାକାର ସୁଶିଲ କୁମାର ମେହେରଙ୍କ ନିଖୁଣ ଅଭିନୟ ହଜାର ହଜାର ଦର୍ଶକଙ୍କ ମନମୋହିଥିଲା l ଶୀତ ସତ୍ୱେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମହୋତ୍ସବ, ମିନାବଜାର ଓ ଚୁଟକୁଲା ଖାଦ୍ୟର ମଜା ନେଇଥିଲେ l ମହୋତ୍ସବ ଆବାହକ ଧିରୋଜ ଭୋଇ, ସଭାପତି ମନୋଜ ଦାଶ, ସମ୍ପାଦକ ଭକ୍ତ ସାହୁ, ସାଂସ୍କୃତିକ ପ୍ରଭାରୀ ଲମ୍ବୋଦର ବେହେରା, କମିଟି ସଦସ୍ୟ, ସ୍ବେଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




