Entertainment

ଷଷ୍ଠ ଖଡ଼ଙ୍ଗ ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା

କଣ୍ଟାମାଳ,୯/୧/୨୦୨୫( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରାରେ ଷଷ୍ଠ ଖଡ଼ଙ୍ଗ ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଖୁଣ୍ଟିଗୋରା ଜଗନ୍ନାଥ ମନ୍ଦିରରେ ଗୌନ୍ତିଆ ନରେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ମନ୍ଦିର ପୂଜକ ପଣ୍ଡିତ ଜୟରାମ ପାଣିଙ୍କ ପୌରୋହିତ୍ୟରେ ପୂଜାକାର୍ଯ୍ୟ ସମାପନ ପରେ ଆଜ୍ଞାମାଳ ଆଣି ମଶାଲ ଶୋଭାଯାତ୍ରା ବାହାରି ଥିଲା l ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଘୁମୁରାନାଚ, ବାଜା, ଡିଜେ, ସଂକୀର୍ତ୍ତନ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ,ଜୟ ଖଡ଼ଙ୍ଗ ଧୂନିରେ ଖୁଣ୍ଟିଗୋରା ଛକ, ସିନ୍ଧୁଗୋରା, ବନ୍ଧଗୋରା ଗ୍ରାମ ଦେଇ ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲା l ଏହାପରେ ମହୋତ୍ସବ ମଣ୍ଡପରେ ପଣ୍ଡିତ ରାଜାରାମ ଦାଶଙ୍କ ପୌରୋହିତ୍ୟରେ ମଶାଲ ସ୍ଥାପନ କରାଯାଇଥିଲା l କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି, ଜିଲା ପରିଷଦ ସୁମିତ୍ରା ସାହୁ, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା, ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝାଙ୍କର, ଆମ୍ବଗାଁ ପ୍ରତିମା ରଣା, କୁଲୁତାଜୋର ସରପଞ୍ଚ ଚୁମକି ଭୋଇ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ଉଡେର ଗୌନ୍ତିଆ ପିତାମ୍ବର ଭୋଇ, ଖୁଣ୍ଟିଗୋରା ଗୌନ୍ତିଆ ନରେନ୍ଦ୍ର ସାହୁ, ସମାଜସେବୀ ପ୍ରେମରାଜ ରଣା, ପ୍ରଶାନ୍ତ ରଣା, ସୁନିଲ ସାହୁ, ଶିକ୍ଷାବିତ ସୁଶାନ୍ତ ମାଝୀ, ଅଭିରାମ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ମହୋତ୍ସବ କମିଟି ଆବାହକ ଧିରୋଜ ଭୋଇ, ସଭାପତି ମନୋଜ ଦାଶ, ସମ୍ପାଦକ ଭକ୍ତ ସାହୁ, କମିଟିର ସମସ୍ତ ସଦସ୍ୟ, ସ୍ବେଛାସେବୀ, ମାନବ ସେବା ସଦନ ସଂଗଠନର ସଦସ୍ୟ ଏବଂ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button