Entertainment

ସତ୍ୟନାରାୟଣ ପାଲା ଅନୁଷ୍ଠାନ ଆଞ୍ଚଳିକ ବୈଠକ।

ଛତିଆ ୫/୧ଆଞ୍ଚଳିକ ସତ୍ୟନାରାୟଣ ପାଲା ଅନୁଷ୍ଠାନ ର ଏକ ଆଞ୍ଚଳିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଐତିହାସିକ ଅମରାବତୀ ଦୁର୍ଗ ପରିସର ରେ ଅନୁଷ୍ଟିତ ହୋଇଯାଇଛି। ପାଲା ଅନୁଷ୍ଠାନ ଗୁଡ଼ିକ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିଥିଲେ।ବିଶେଷ କରି ଗାୟକ ମାନେ ଅନୁଷ୍ଠାନ ପାଖରୁ ଅଗ୍ରୀମ ଟଙ୍କା ନେଇ ଠିକ୍ ସମୟରେ ନ ଆସିବା,କେତେକ ଗାୟକ ପାଲା ପରିବେଷଣ କରିବା ପାଇଁ ଅଧିକ ଟଙ୍କା ଦାବୀ କରିବା,ଅନୁଷ୍ଠାନ ମଧ୍ୟରେ ସମନୟ ରକ୍ଷା କରିବା,ପାଲା ପରିବେଷଣ ର ତାରିଖ ଏକା ତାରିଖ ରେ ନ କରିବା ସହିତ ପାଲା ସମ୍ବନ୍ଧୀୟ ଅନେକ ବିଷୟ ରେ ଆଲୋଚନା କରିଥିଲେ। ଛତିଆ ଆଞ୍ଚଳର ୩୬ ଗୋଟି ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆଞ୍ଚଳିକ କମିଟିର ସଭାପତି ଦେବାଶିଷ ସ୍ୱାଇଁ,ସମ୍ପାଦ ବିରଞ୍ଚି କୁମାର ସାହୁ,କୋଷାଧ୍ୟକ୍ଷ ବିଶ୍ବମ୍ବର ଜେନା,ଉପସଭାପତି ବିଜୟ କୁମାର ସ୍ବାଇଁ,ଉପଦେଷ୍ଟା କମିଟି ସଭ୍ୟ ସନ୍ତୋଷ କୁମାର କର,ଅଜିତ କୁମାର ତ୍ରିପାଠୀ,ରମେଶ କୁମାର କର,ସୁଧୀର କୁମାର ଝଣ୍ଡେଇ,ଶରତ ପାଢ଼ୀ ଓ ପରମାନନ୍ଦ ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପୂଳା,ନେଳିଆ, ରାଧଦେଇପୁର, ସାମନ୍ତରାପୁର ,ମୂଳବସନ୍ତ,କପାଷ୍ଟିକିରି,ଗଙ୍ଗାପୁର, ଗୋପୀନାଥପୁର, ମଙ୍ଗରାଜପୁର, ହାଟକରନ୍ଦା, ସାଇକ, ଜଗନ୍ନାଥପୁର, ସମସରପୁର,ବାଙ୍ଗୁରୁମୁଥା, ବନ୍ଦାଳ, ଧନପୁର,ପୁରୁଷୋତ୍ତମପୁର,କୁସୁନପୁର, ନିଶ୍ଚନ୍ତା,କ୍ଷେତ୍ରପାଳ, ନଳିଦା ପ୍ରଭୁତି ସତ୍ୟନାରୟାଣ ପାଲା ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ।

Related Articles

Back to top button