୨ୟ ମା’ ମାହେଶ୍ୱରୀ ମହୋତ୍ସବ ତୃତୀୟ ଦିବସରେ ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟସେବା ଶିବିର, ଶିବିରକୁ ଉଦଘାଟନ କଲେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ,


କଣ୍ଟାମାଳ,୦୪।୦୧ : ରାଜ୍ୟର କୌଣସି ଡାକ୍ତରଖାନା ରେ ଆଉ ରହିବ ନାହିଁ ଡାକ୍ତର ସମସ୍ୟା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ୟା ଦୂର ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ଠାରେ ଡୁମାଳ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ଵିତୀୟ ମା’ ମାହେଶ୍ୱରୀ ମହୋତ୍ସବର ତୃତୀୟ ଦିବସରେ ଆୟୋଜିତ ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେବା ଅବସରରେ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଜନସାଧାରଣଙ୍କଠାରେ ନିଜ ଅଭିଭାଷଣରେ ରଖିଥିଲେ l

ସେହିପରି ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ,ଭାଜପା ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ,ଯୁବ ବିଜେପି ନେତା ଓମପ୍ରକାଶ ମିଶ୍ର,ଡ଼ୁମାଳ ସମାଜ ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମ୍ପାଦକ ଅନନ୍ତ ଖେତି ଯୋଗଦେଇ ସାଂସ୍କୃତିକ ମଞ୍ଚ ଦ୍ୱାରା ଅଞ୍ଚଳର ବିକାଶ ତ୍ବରାନ୍ୱିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ରଞ୍ଜୁ ଅମାତ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ମସିଣାଗୋରା ଡ଼ୁମାଳ ସମାଜ ଓ ମା ମାହେଶ୍ୱରୀ ସେନା ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା l ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହାକୁ ଉଦଘାଟନ କରିବା ସହ ଆୟୋଜିତ ସମସ୍ତ ବିଭାଗ ବୁଲି ରକ୍ତଦାତା, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ରୋଗୀ ଏବଂ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ l ବୌଦ୍ଧ ରକ୍ତ ଭଣ୍ଡାରରୁ ଆସିଥିବା ଟେକନିସିଆନ ଟିମ ଦ୍ୱାରା ମୋଟ ୪୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ମହେନ୍ଦ୍ର ସୋଏ ଓ କଣ୍ଟାମାଳ ଡାକ୍ତରଖାନା ର ମେଡିକାଲ ଅଫିସର ଡକ୍ଟର ଜଗଦୀଶ ସେଠି ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଶିବିରରେ ମେଡିକାଲ ଅଫିସର ଡକ୍ଟର ବିକେଆରସି ଦେଓ ହେମରମ ଏଲ. ଟି. ବ୍ଲଡ଼ ବ୍ୟାଙ୍କ ଦେବଦତ୍ତ କିସାନ, କାଉନସେଲର ପ୍ରମୋଦ କୁମାର ମହାରଣା, ନର୍ସିଙ୍ଗ ଅଫିସର ଜୁଡ଼ା ଶବର, ଆଟେଣ୍ଡାଣ୍ଟ ସୁରଜ ଶେଖର ଭୁକ୍ତା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ l

ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଓ ବିଧାୟକ ଶ୍ରୀ ଡାଙ୍ଗ ଙ୍କୁ ମା ମାହେଶ୍ୱରୀ ମହୋତ୍ସବ କମିଟି ପକ୍ଷରୁ ଉପଢୌକନ ଓ ମୋମେଣ୍ଟୋ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ମୁଖ୍ୟଅତିଥି ଓ ଅତିଥି ମାନଙ୍କ ଦ୍ୱାରା ସମସ୍ତ ସ୍ବେଛାକୃତ ରକ୍ତଦାତା ମାନଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା l ସଭା ଶେଷରେ ସଦସ୍ୟ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ଦ୍ୱିତୀୟ ସାଂଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରାବଣ ଦରବାରର ରଙ୍ଗ ସଭାରେ ରାଜକୀୟ ମୁଖ୍ୟ ଅତିଥିଭାବେ ଦିବ୍ୟଶଙ୍କର ରାଉତ , ଗୁଡ଼ଭେଲା ବିଡିଓ ଆର୍ତ୍ତତ୍ରାଣ ଥାର୍ଟି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ଲଣ୍ଡାପଥର ସରପଞ୍ଚ ଦମୟନ୍ତ୍ରୀ କ୍ଷେତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରଞ୍ଜୁ ଅମାତ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଂପାଦକ ଅନନ୍ତ କ୍ଷେତି ଧନ୍ୟବାଦ ଦେଇଥିଲେ ।ପରେ ରାବଣ ଦରବାରରେ ମଞ୍ଚସ୍ଥ ନାଟକ ବାଳିବଧ, ସୁଗ୍ରୀବଙ୍କ ରାଜ୍ୟାଭିଷେକ, ସୀତା ଠାବ, ଲଙ୍କାପୋଡ଼ି ଆଦି ନାଟକ ମଞ୍ଚସ୍ଥ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ।ମଧ୍ୟକ୍ରମରେ ସମାଜ କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟରେ ଡ଼ୁମାଳ ସମାଜର ସଦସ୍ୟ ସହଯୋଗ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,




