Entertainment

କୁନି ଭାଇଭଉଣୀଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାପନ ହେଲା ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ I କଷ୍ଠ କଲେ କୃଷ୍ଣ ମିଳେରୁ ଆରମ୍ଭ ଓ ମାଁ ବାପା ଶିଶୁଙ୍କ ଠାରୁ ମୋବାଇଲଠୁ ଦୂରେଇ ରଖିବାକୁ ଅପିଲରେ ଅତିଥିଙ୍କ ବକ୍ତବ୍ୟ ଶେଷ ।


କଣ୍ଟାମାଳ: -୨୩/୧୨/୨୦୨୪ :(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉପସଭାପତି ହରିଶ୍ଚନ୍ଦ୍ର ମେଣ୍ଡିଲୀଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଣ୍ଟାପଡ଼ା ୧ନଂ.ଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ ଦୀପ ଲଗାଇ ଉଦ୍ଘାଟନ କରିଥିଲେ । ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଷ୍ଠ କଲେ କୃଷ୍ଣ ମିଳେର ଉଦାହରଣ ଦେଇ ପରିଶ୍ରମର ସହପାଠ ପଢ଼ିଲେ ନିଶ୍ଚୟ ସଫଳତା ମିଳିବ ବୋଲି ଉପସ୍ଥିତ ଅଭିଭାବକ/ଅଭିଭାବିକା ଓ ଶିଶୁ ଭାଇଭଉଣୀଙ୍କୁ କହିଥିଲେ। ସେହିପରି ଶିଶୁ ଉପରେ ବାପା ଓ ମାଆ ମାନଙ୍କର ର କର୍ତ୍ତବ୍ୟ ଓ ଶିଶୁ ର ସର୍ବାଙ୍ଗୀନ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତୀକେଶ୍ୱର ବେହେରା ,ଖୁଣ୍ଟିଗୋରା ସରପଞ୍ଚ ଶ୍ରୀ ରବିଶ୍ୱର ମହାକୁଡ ଉପସ୍ଥିତ ରହି ଶିଶୁଙ୍କୁ ସଂସ୍କାରିତ କରେ ଶିଶୁ ମନ୍ଦିର ବୋଲି ବକ୍ତବ୍ୟ ରଖିଥିଲେ ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଅଭିଭାବକ ଶ୍ରୀ ସଂଜୀବ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କମିଟି ସମ୍ପାଦକ ଶ୍ରୀ ଭକ୍ତ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ଶେଷରେ କମିଟିର ପୂର୍ବତନ ସଂପାଦକ ଧର୍ମାନନ୍ଦ ସାହୁ କବିତା ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଶିଶୁ ମନ୍ଦିରର ଶୁଭେଚ୍ଛୁ ଓ ଶୁଭଚ୍ଚିନ୍ତକଙ୍କୁ ଅନୁଷ୍ଠାନ ଦ୍ଵାର ସମ୍ବର୍ଦ୍ଧିତ କରାଯାଇଥିଲା।କ୍ରିଡ଼ା ପ୍ରତିଯୋଗୀତାରେ ବିଭିନ୍ନ ଖେଳରୁ କୃତିତ୍ଵ ଅର୍ଜନ କରିଥିବା କୃତି ଭାଇଭଉଣୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ତାପରେ ଅନ୍ତିମ ପର୍ଯ୍ୟାୟରେ ଶିଶୁ ଭାଇଭଉଣୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ମନଛୁଆଁ ହୋଇଥିଲା । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ଆଚାର୍ଯ୍ୟl ,ଝରଣା ପ୍ରଧାନ , ସାଇବନି ପାତ୍ର,ସନ୍ଧ୍ୟାରାଣୀ ମନହୀରା, ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ ସ୍ୱାଗତିକା ନାଗ , ବାହନ ଚାଳକ ରାଜକୁମାର ରଣା ସହଯୋଗ କରିଥିଲେ। ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ବନ୍ଧୁ ଭଗିନୀ,ମାତୃ ଭାରତୀ ,ବିଦ୍ୟୁତ୍ ପରିଷଦ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ ସହ ଉତ୍ସlହିତ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button