Entertainment

ଗଡଯାତ ଲୋକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା … ମନ ମହୋଉଛି ସମ୍ବଲପୁରୀ ନୃତ୍ୟ ଗୀତ 

 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକ ନୃତ୍ୟ, ଲୋକ ବାଦ୍ୟ ଓ ସଂଗୀତ ର ମହା ସମନ୍ୱୟ ବୌଦ୍ଧ ଗଡଜାତ ର ରାଜ୍ୟ ସ୍ତରୀୟ ଅଷ୍ଟମ ଗଡଜାତ ଲୋକ ମହୋତ୍ସବ, ପଲ୍ଲିଶ୍ରୀ ମେଳା ସୋମବାର ଦିନ ଦ୍ୱିତୀୟ ସନ୍ଧ୍ୟା ରେ ପହଁଚି ଛି l ଗଡଜାତ ସାସ୍କୃତିକ କଳାପରିଷଦ ଦ୍ୱାରା ଆୟୋଜିତ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ରେ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ରେ ବୌଦ୍ଧ ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କ ପାଖରେ ସନ୍ଧ୍ୟା ଆଳତି ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସଂଗୀତ କାର ଓ ନିର୍ଦେଶକ ବ୍ରହ୍ମା କୁମ୍ଭାର ଓ ସାଥି ସ୍ୱାଗତ ସଂଗୀତ ଗାନ କରି ମଞ୍ଚ କୁ ଆମନ୍ତ୍ରିତ କରାଯାଇଥିଲା l ପରେ ନିମନ୍ତ୍ରିତ ଅତିଥି ଙ୍କୁ କମିଟି ର ସମ୍ପାଦକ ଦେବାଶିଷ ମହାକୁଳ ଙ୍କ ଦ୍ୱାରା ପରିଚୟ ପ୍ରଦାନ ଓ ପୁଷ୍ପ ଗୁଚ୍ଛ ଏବଂ ବ୍ୟାଚ ପ୍ରଦାନ ଦେଇ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଦ୍ୱିତୀୟ ସନ୍ଧ୍ୟା ରେ ସଭାପତି ପୁର୍ଣ ଚନ୍ଦ୍ର ଗାଈ ଗୌରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତୀଥି ଭାବେ ବିଧାୟକ ଫୁଲବାଣୀ ଉମା ଚରଣ ମଲ୍ଲିକ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ବୌଦ୍ଧ ଡ଼ିଏଫ ଓ ଦେବ ପ୍ରିୟ କମ୍ପ, ଉମା ଶଙ୍କର ପାଢ଼ୀ,ଅଶୋକ ସାହୁ, ଉପସ୍ଥିତ ରହିଥିବା ବେଳେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଂଚଳର ସ୍କୁଲ କଲେଜ ର ଛାତ୍ରଛାତ୍ରୀ, ଆଞ୍ଚଳିକ କଳା ସଂକୃତି, ଲୋକ ନୃତ୍ୟ ସହିତ ଦ୍ୱିତୀୟ ସଂଧ୍ୟା ର ସାଂସ୍କୃତିକ କାର୍ଯକ୍ରମ ସମ୍ବଲପୁରୀ ମେଲୋଡି ଗାୟକ ରାଜୁ ନନ୍ଦ ,ଗାୟିକା ତ୍ୱୀଙ୍କେଲ ତତ୍ ସହିତ ସମ୍ବଲପୁରୀ ଦଳ – ବଉଲି କଲା ପରିସଦ , ବାଉସୁଣି କଳlପରିଷଦ,ଆଦି ପରିବେଷଣ ହୋଇଥିଲା ନୃତ୍ୟ ଓ ଗୀତ ଦର୍ଶକ ମନଭରି ଉପଭୋଗ କରିଥିଲେ l

Related Articles

Back to top button