ଅଷ୍ଟମ ଗଡଜାତ ଲୋକ ମହୋ ତ୍ସବ ଉଦଘାଟିତ.ଶୋଭାଯାତ୍ରାରେ କମ୍ପିଲା ଜାତୀୟ ରାଜପଥ ସିନେକଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ


ହରଭଙ୍ଗା( ଚିତ୍ତରଞ୍ଜନ ସିଂହ )ଅଷ୍ଟମ ଗଡଜାତ ଲୋକ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି | ଆଜି ଦିନ 2ଘଣ୍ଟା ସମୟରେ ବିରାମଚନ୍ଦ୍ରପୁର ବାବା ସୁବର୍ନେଶ୍ଵର ମନ୍ଦିରରେ ପୂଜାଅର୍ଚନା କରାଯାଇ ଏକ ବିରାଟ ସଭାଯାତ୍ରା ବାହାରି ବାବା ଙ୍କର ଆଜ୍ଞl ମାଳଙ୍କୁନେଇ ମହୋତ୍ସବ ପଡିଆରେ ଶଙ୍କର ଭଗବାନଙ୍କ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା |ଏହି ସୋଭାଯାତ୍ରାରେ ଅଂଚଳର ଦଣ୍ଡନାଚ, ଦୂଲଦୁଲି, କୃଷ୍ଣଗୁରୁ,ନାମ, ସଂକୀର୍ତ୍ତନ ସହ ଜଣସାଧାରଣ ଯୋଗଦେଥିଲେ | ମହୋତ୍ସବ ର ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଉଦଘାଟନି ଦିବସରେ ମୁଖ୍ୟଅତିଥି ଭାବେ ସୁବ୍ରତ କୁମାର ପଣ୍ଡା,ଜିଲ୍ଲାପାଳ ବୌଦ୍ଧ,ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ବୌଦ୍ଧ, ଶ୍ରୀଯୁକ୍ତ ଶରତ କୁମାର ସେଠି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା, ,ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ଶ୍ରୀଯୁକ୍ତ ବନୁ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମହୋତ୍ସବ କମିଟିର ସମ୍ପାଦକ ଓ ସମସ୍ତ ସଭ୍ୟ ଉପସ୍ଥିତଥିଲେ l
ଏହି ସ୍ଥାନର କଳା, ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିବା ପାଇଁ ଅଂଚଳ ବାସି ଦୀର୍ଘ ଆଠବର୍ଷ ହେଲା ଗଡା଼ଜାତ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି |ମହୋତ୍ସବରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାର, ସହିତ ପ୍ରଥମ ସନ୍ଧ୍ୟାରେ ସିରିଏଲ କଳାକାର ନିହାରିକା ଦାସ, ଅଭିଜିତ ପାତ୍ର, ଗୀତିକାର କର୍ଣ୍ଣ ମହାନନ୍ଦ ନୀଳିମା ମହାନ୍ତି, ଭୀମ ଭୋଇ କଳାନିକେତନ, ବୀରମହାରାଜପୁର ଏବଂ ବଜାଶାଳ ସାଂସ୍କୃତିକ ଅନୁଷ୍ଠାନ ବଲାଙ୍ଗୀରର କଳାକାର ମାନେ ମଞ୍ଚ ଦୁଲୁକାଇ ଥିବା ବେଳେ, ସମ୍ବଲପୁରୀ ନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନାଚ ଗୀତ, ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂଗୀତ ଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା! ଅତିଥିପରିଚୟ ବସନ୍ତ କୁମାର ସାହୁ କରିବା ସଙ୍ଗେ ସଙ୍ଗେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




