Entertainment

ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ଉଦବୋଧନ ପାଇଁ ପ୍ରସ୍ତୁତି ବୈଠକ 

 

ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଅହେତୁକ କରୁଣା ଓ ପରମ ପୂଜ୍ୟ ପାଦଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଆଶୀର୍ବାଦ କ୍ରମେ ଚଳିତ ମାସ 20ତାରିଖ ଦିନଛତିଆ ସତସଙ୍ଗ ଶ୍ରୀ ମନ୍ଦିର ର ଶୁଭ ଉଦବୋଧନ ହେବାକୁ ଯାଉଅଛି, ସତସଙ୍ଗ ର କର୍ଣ୍ଣଧାର ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ବାବାଇ ଦା ଙ୍କ କର କମଳ ରେ ଠାକୁର ବଡ଼ ମାଓ ବଡ଼ ଦା ଙ୍କ ଫଟୋ ଚିତ୍ର ଉନ୍ମୋଚିତ କରାଯିବ,ଏହି ଉପଲକ୍ଷେ ଆଜି ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା,ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସତ୍ୟ ପୀର ନାୟକ ଏଥିରେ ଅଧକ୍ଷତା କରିଥିଲେ,ରାଜ୍ୟ ର ଅଗ୍ରଣୀ କର୍ମୀ ଡକ୍ଟର ବିଜୟ କୁମାର ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଚାର୍ଯ୍ୟ ଦେବ ଙ୍କ ଶୁଭ ଆଗମନୀ ଓ ତାର ପ୍ରସ୍ତୁତି ସମ୍ପର୍କ ରେ ଆଲୋକ ପାତ କରିଥିଲେ,ଆସନ୍ତା 19ତାରିଖ ଦିନ ଆଚାର୍ଯ୍ୟ ଦେବ ଚଣ୍ଡିଖୋଲ ସତସଙ୍ଗ ବିହାର ରେ ଅବସ୍ଥାନ କରିବେ,ଓ ସେଠାରେ ରାତ୍ର ଯାପନ କରିବେ,ପର ଦିନ ସକାଳେ ଛାତିଆଠାରେ ପହଂଚି ମନ୍ଦିର ଉଦବୋଧନ କରିବା ର କାର୍ଯ୍ୟ କ୍ରମ ରହିଛି,ଏଥିପାଇଁ ଆଜି ଏକ ଜରୁରୀ ବୈଠକ ବସିଥିଲା,ଏଥିରେ ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ରଂଜିତ ମୁଦୁଲି ଶିବାଜୀ ଚରଣ ମହାନ୍ତି ନାରାୟଣ ଚନ୍ଦ୍ର ପ୍ରଧାନଅଧର୍ଜୁ କର୍ମୀ ସନାତନ ଲେଙ୍କା ଖାରବେଳ ସେଠ୍ ଅଭିମନୁ ସାମନ୍ତ ରାୟ ଯାଜକ ପ୍ରମୋଦ ରାଉତ କାର୍ତିକ ରାଉତ ଇଞ୍ଜିନିଅର ସୁନୀଲ ପଣ୍ଡା ଅଶୋକ ସାହୁ କପିଳ ରାଉତ ଚନ୍ଦ୍ର ଶେଖର ସାମନ୍ତ ରାୟ ଅତୁଲ୍ୟ ତ୍ରିପାଠୀ କାର୍ତିକ ସାହୁ ଶଶୀ ପ୍ରଧାନ ଙ୍କ ସମେତ ବହୁ ଗୁରୁ ଭାଇ ଓ ମା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,

Related Articles

Back to top button