Entertainment
ପ୍ରତିଭା ପକ୍ଷରୁ ୨୪ ତମ ନୃତ୍ୟ ସଂଗମ ମହୋତ୍ସବ ଲୋକନୃତ୍ୟରେ ଦୁଲୁକିଲା ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍


ଭବାନୀପାଟଣାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା ” ପକ୍ଷରୁ ନଭେମ୍ବର ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ର ଷ୍ଟାଡିୟମ୍ ଠାରେ ଦୀର୍ଘ ୩ ଦିନ ଧରି ନୃତ୍ୟ ସଂଗମ – ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଅନୁଷ୍ଠାନର ସଭାପତି ଧ୍ୟାନନନ୍ଦ ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ସା”ସ୍କୃତିକ ଦଳ ଭାଗନେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିଲେ। ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ଥଲେ ବାହାରୁ ରାଜ୍ୟରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯାହାକି ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଏବଂ ଉପସ୍ଥିତ ଜନତା ପୂର୍ଣ ଉପଭୋଗ କରିଥିଲେ। ଏବଂ
ପରିବେଶଣ କରୁଥିବା ସାଂସ୍କୃତିକ ଦଳ, ଯଥାକ୍ରମେ:
୧. ମହାଶକ୍ତି – ଅନୁରାଧା ରାୟ ଓ ସାଥି, କଲିକତା
୨. ଓଡିଶୀ ନୃତ୍ୟ – ସକ୍ଷମ ନୃତ୍ୟ ଏକାଡେମୀ, ଭବାନୀପାଟଣା
୩. ସମ୍ବଲପୁରୀ ନୃତ୍ୟ – ସୋନି ଡ୍ୟାନ୍ସ ଏକାଡେମୀ, ଭବାନୀପାଟଣା
୪. କୋଲାଟମ୍ ଓ ଓଗୁ ଢ଼ୋଲ – (ଭାଷା ଓ ସଂସ୍କୃତି ବିଭାଗ, ତେଲେଙ୍ଗାନା ସରକାର)
୫. ମାଲଖମ୍ ନୃତ୍ୟ – ମାଲଖମ୍ ୟୁନାଇଟେଡ୍, ପୁରୀ
୬. ବିହୁ- ଆଶାମ
୭. ସମ୍ବଲପୁରୀ ନୃତ୍ୟ – ବୋଧନ ସାଂସ୍କୃତିକ ଅନୁଷ୍ଠାନ, ବରଗଡ
(ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର)
୮. ବଜାଶାଲ ନୃତ୍ୟ – ଅଗ୍ନୀଭୌରବ ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା
୯. ସଂଗୀତ ବିଚିତ୍ରା
– ଶ୍ରୀ ଖିରସିନ୍ଧୁ ନାଏକ
– ଶ୍ରୀ ସର୍ବେଶ୍ୱର ଭୋଇ
– ଶ୍ରୀ ନୀଳାଞ୍ଚଳ ପାନ
– ଶ୍ରୀ ପ୍ରକାଶ କୁମ୍ଭାର
– ମାଷ୍ଟର ସରୋଜ
– ସୁଶ୍ରୀ ସଶ୍ମିତା ମହାନ୍ତି
– ଶ୍ରୀମତୀ ସଂଗୀତା ରାଉତ
– ସୁଶ୍ରୀ ଅନୁଷ୍କା ସାହାଣି
୧୦. ବାଦ୍ୟଯନ୍ତ୍ର
– ମାଷ୍ଟର ନିବାସ୍ ଓ ସାଥି

ବିଶେଷ କରି ଆସାମର ବିହୁ
ନୃତ୍ୟ, ପଶ୍ଚିମବଙ୍ଗ ର ହାଜିଗିରି , ନୃତ୍ୟ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ଏବଂ ଏହି ନୃତ୍ୟ ସଂଗମ କାର୍ଯକ୍ରମରେ ୬ଶହରୁ ଉର୍ଦ୍ଧ୍ବ କଳାକାର ଅଂଶଗ୍ରହଣ କରିବେ ଭାବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ବିଭିନ୍ନ ରାଜ୍ୟର ବହୁ ଲୋକନୃତ୍ୟ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି !
ଲୋକନୃତ୍ୟ ଓ ଲୋକକଳାରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ସଫଳ କଳାକାରଙ୍କୁ ଏହି ଅବସରରେ ସମ୍ବନ୍ଧିତ କରାଯାଇଅଛି ! ଏବଂ*ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ସମ୍ମାନ*
ଭବାନୀପାଟଣା– କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଦ୍ୱାରା ଆୟୋଜିତ ଲୋକ କଳାର ମହାକୁମ୍ଭ ନୃତ୍ୟ ସଙ୍ଗମ-୨୦୨୪ ରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ “ଯୁବ ପ୍ରତିଭା” ମାନଙ୍କୁ ସମ୍ମାନିତ। ସମ୍ବଦ୍ଧନା ପର୍ବ ରେ ବିଶିଷ୍ଟ ବ୍ୟକ୍ତି ବିଶେଷ
ଗୁରୁ ଶ୍ରୀ ସୀମାଞ୍ଚଳ ନାଗ, (ପ୍ରତିଭା ଲୋକ କଳାରନ୍ ସମ୍ମାନ -୨୦୨୪)
(ଶ୍ୟାମ ପ୍ରସାଦ ସାହୁ ପ୍ରଦତ୍ତ ରାମ ପ୍ରସାଦ ସ୍ମୃତି ସମ୍ମାନ) ।ଶ୍ରୀମତୀ ଶୁଭଶ୍ରୀ ମୁଖର୍ଜୀ, (ପ୍ରତିଭା ନୃତ୍ୟ ପ୍ରତିଭା ସମ୍ମାନ-୨୦୨୪)।
ଶ୍ରୀମତୀ ଲୋଚନୀ ବାଗ, (ପ୍ରତିଭା ନାଟ୍ୟଶ୍ରୀ ସମ୍ମାନ-୨୦୨୪)।
ଶ୍ରୀ କମ୍ବୁପାଣୀ ବାଗ, (ପ୍ରତିଭା ଯୁବ କଳାକାର ସମ୍ମାନ -୨୦୨୪) ।
ଶ୍ରୀ ସୁଦାମ ବିଶି, (ପ୍ରତିଭା ଯୁବ ପ୍ରତିଭା ସମ୍ମାନ- ୨୦୨୪) ଶ୍ରୀ ଅମିୟ ସାହୁ, (ପ୍ରତିଭା ସହଯୋଗୀ ସମ୍ମାନ- ୨୦୨୪) । ଏବଂ ଅନୁଷ୍ଠାନ ର ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ ନିଜର ମତ ରଖିଥିଲେ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




