ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ମା ବଭାଗବତୀ କଳାନିକେତନ କୁତ୍ରିତ୍ୱ l


ଖୋର୍ଦ୍ଧା ତା 1/12/24ରିଖ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ସଫଳତା ହାସଲ କଲେ ଚିଲିକା ବାଲୁଗାଁ ଅଞ୍ଚଳର ମା ଭଗବତୀ କଳାନିକେତନର କଳାନୁଷ୍ଠାନ ଛାତ୍ରୀ ମାନେ lକସ୍ତୁରୀ ସୋସିଆଲ ଆୱାରନେସ ଅର୍ଗlନାଇଜେସନ ତରଫରୁ ଭୁବନେଶ୍ୱର ସ୍ଥିତ ୟୁନିଟ ୱାନ କଉସ୍ତରିବା ନାରୀ ମହଲରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଭିତରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମା ଭଗବତୀ ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ, ଓ ଓଡିଶୀ ନୃତ୍ୟ ପଦର୍ଶନ କାରି ବିଚାରକ ମାନଙ୍କୁ ଆକୃଷ୍ଟ କରିପାରିଥିଲେ l ସେଥି ମଧ୍ୟରୁସମ୍ବଲପୁରୀ ଲୋକ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦୁଇଜଣ ସେମାନେ ହେଲେ ଅନନ୍ୟା ପ୍ରିୟଦର୍ଶିନୀ ଲେଙ୍କା, ସାନଭି ସକ୍ସିତା ପଟ୍ଟନାୟକ, ଦ୍ୱିତୀୟ ସ୍ଥାନ ଓଡିଶୀ ନୃତ୍ୟ ରେ ସୁପ୍ରଭା ବାରିକ, ତୃତୀୟ ସ୍ଥlନ ସ୍ମୁତିସ୍ମିତା ପଣ୍ଡାଅଧିକାର କରିଥିବା ବେଳେ ସେମି କ୍ଲାସିକାଲ ନୃତ୍ୟ ରେ ପ୍ରଥମ ସ୍ଥାନ ସାଧନା ବିଶ୍ୱାଳ ଓ ରମ୍ୟlକ ରୋଶନୀ ରଥ ତୃତୀୟ ସ୍ଥାନରେ ଶୟlଶ୍ରୀତା ମହାରଣା ପୁରସ୍କୃତ ହୋଇଛନ୍ତି l ଉକ୍ତ ପୋଗ୍ରାମ ରେ ବିରଳ ପଦର୍ଶନ ସହିତ ପୁରସ୍କୃତ ହୋଇ ଚିଲିକା, ବାଲୁଗାଁ ବାଣପୁର ଅଞ୍ଚଳକୁ ଗୌରବାନୀତି କରିବା ସହିତ କଳା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଥିବାରୁ ଅଞ୍ଚଳ ବାସି ସମର୍ଥନ ସହିତ ପ୍ରଶଂସl କରିଛନ୍ତି l କଠିନ ପରିଶ୍ରମ କାରି ଛାତ୍ରୀ ମାନେ ଏହାର ମୂଲ୍ୟ ପାଇ ଗୁରୁମାନଙ୍କୁ ଶ୍ରେୟ ଦେଇଛନ୍ତି l ମା ମା’ଭଗବତୀ କଳାନିକେତନ ବିଗତ ଚଉଦ ବର୍ଷ ହେଲା ଶିକ୍ଷା ଦାନ କରି ଆଜି ପର୍ଯ୍ୟନ୍ତ ସଫଳତାର ସିଡି ଚଢି ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଆକର୍ଷଣ ପାଲଟିଛି l
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l




