Entertainment

ଭୈରବୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା….

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) କଳା, ସଂକୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଚତୁର୍ଥ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ l ଏହି ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ମା ଙ୍କ ସନ୍ଧ୍ୟା ଧୂପ ଓ ଆଳତି ପରେ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ସମ୍ମାନିତ ଅତିଥିଭାବେ -ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜ ରାଜେଶ୍ୱରୀ ସିଂ, ସମାଜ ସେବି ରାଘବ ମଲ୍ଲିକ, କନ୍ଧମାଳ ସାଂସଦ କ୍ଷେତ୍ରୀୟ ବୌଦ୍ଧ ଜିଲା ସାଂସଦ ପ୍ରତିନିଧି, ତଥା ହୀରାଞ୍ଚଳ ସମ୍ପାଦକ ଯୁଗୋଳ କିଶୋର ସାମଲ, ପୁରୁଣା କଟକ ଥାନା ଅଧିକାରୀ ସାରଦା ଦାସ, ବରିଷ୍ଟ ଓକିଲ ନବ ମିଶ୍ର, ମଂଚାସୀନ ରହିଥିଲେ lସରସ୍ବତୀ ବିଦ୍ୟାମନ୍ଦିର ପୁରୁଣାକଟକ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ନିମନ୍ତ୍ରିତ ମଂଚାସୀନ ଅତିଥି ଙ୍କ ପରିଚୟ ପ୍ରଦାନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ଅବସରରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସାଧାରଣସଭା କୁ ଭୈରବୀ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମଞ୍ଚ ପରିଚାଳନା କରିଥିଲେ lପରେ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଉପସ୍ଥାପକ ଅଶୋକ ମହାନ୍ତି ଉପସ୍ଥାପିକା ଅର୍ଚିତା ପାଢ଼ୀ ଙ୍କ ଉପସ୍ଥାପନା ରେ ବିଶେଷ ମୁଖ୍ୟ ଆକର୍ଷଣ ଘରେ ଘରେ ପରିଚିତ ସିନେ ହାସ୍ୟ ଅଭିନେତା କମେଡି କିଙ୍ଗ ପପୁ ପମ ପମ ଙ୍କ କମେଡି ଓ ଗୀତ,ସେଣ୍ଟ ଜାଭିୟର ଇଁରାଜୀ ପବ୍ଲିକ ସ୍କୁଲ ପୁରୁଣାକଟକ, ଗୋଲଡେନ ପୋଟାଲ ଇଁରାଜୀ ସ୍କୁଲ, ଶିଶୁମନ୍ଦିର ତିଲେଶ୍ୱର ପୁନମ ଏଣ୍ଡ ଗ୍ରୁପ -ସମ୍ବଲପୁର, ଶିଶୁମନ୍ଦିର ପୁରୁଣାକଟକ, ବାଳିକା ବିଦ୍ୟାଳୟ ବଡ଼ବନ୍ଧ, ରାମଗଡ ହାଇସ୍କୁଲ, କସ୍ତୁରବା ବାଳିକା ବିଦ୍ୟାଳୟ, ଦୂଲଦୁଲି କଳାପରିଷଦ ବଲାଙ୍ଗୀର -ଘୁଡୁକା ନାଚ, ରୁଦ୍ର ଭୈରବୀ କ୍ଳବ ବୌଦ୍ଧ ର ବିହୁ ନାଚ ହଜାର ହଜାର ଦର୍ଶକ ଙ୍କୁ ବାନ୍ଧି ରଖିଥିଲା l ଜନ ଗହଳି କୁ ନେଇ ପୋଲିସ ପ୍ରଶାସନ ର ସହଯୋଗ ସହିତ ଭୈରବୀ ମହୋତ୍ସବ କମିଟି ଆବାହକ ବିଭୁଦତ୍ତ ବୋଷ,ସମ୍ପାଦକ ଅଶୋକ ସେଠୀ,ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପଟ୍ଟନାୟକ, ସତୀଶ ବେହେରା, ମନୋଜ ପାଢ଼ୀ, ଅକ୍ରୁର ସେଠି, ମନୋଜ ସାହୁ, ବିକାଶ ମିଶ୍ର, ପ୍ରମୋଦ ମହାପାତ୍ର, ପ୍ରଶାନ୍ତ ସେଠି, କୈଳାଶ ଅଗ୍ରୱାଲ, ବାଳକୃଷ୍ଣ ନାଏକ ,ସତ୍ୟ ନାଏକ ଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟ ଭାର ତୁଲାଇଥିଲେ l ଅନ୍ୟ ପଟେ ଅସହାୟ ଙ୍କୁ କମିଟି ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା l

Related Articles

Back to top button