Entertainment

ଆକର୍ଷଣୀୟ ବାଦ୍ୟ ଓ ନୃତ୍ୟ ରେ କମ୍ପିଲା ଛତିଆଓ ସୋଲର

ଛତିଆ 27(ଆ ପ୍ର )ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆଓ ସୋଲର ଠାରେ ମଙ୍ଗଳ ଓ ବୁଧବାର ଦୁଇ ଦିନ ଧରି ପ୍ରସିଦ୍ଧ ବାଲି ଯାତ୍ରା ଅନୁଷ୍ଠିତ ହେଉଅଛି ।ଏହି ଅବସରରେ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଥିଲା,କିଭଳି ଚଳିତ ବର୍ଷ ଯାତ୍ରା କୁ ଆହୁରି ଅଧିକ ଆକର୍ଷଣୀୟ କରାଯିବ ସେ ନେଇ ସାହି ର କମିଟି ପକ୍ଷରୁ ରାଜ୍ଯ ଓ ରାଜ୍ଯ ବାହାରୁ ପାରମ୍ପରିକ ବାଦ୍ୟ ସହ ଲୋକ ନୃତ୍ୟ ର ଦଳ ଗୁଡିକ ପହଞ୍ଚି ଥିଲା ଛତିଆ ଅଞ୍ଚଳର ବିଭିନ୍ନ ସାହି ରେ ପଞ୍ଚୁକ ଠାରୁ ପୂଜା ପାଉଥିବା କାର୍ତ୍ତିକେସ୍ଵର, ହର ପାର୍ଵତୀ, ହନୁମାନ, ରାଧାକୃଷ୍ଣ ଙ୍କ ମୂର୍ତ୍ତୀ ଗୁଡିକ ମଙ୍ଗଳ ବାର ଦିନ ସାହି ପରିକ୍ରମା ପରେ ଯାତ୍ରା ପଡିଆ ଅଭିମୁଖେ ଧାର୍ଯ୍ୟ ହୋଇଥିବା ସମୟାନୁସାରେ ବାହାରିଥିଲା, ବୁଧବାର ଠାକୁର ଙ୍କୁ ଭୋଗ ଲାଗିବା ପରେ ଶୋଭାଯାତ୍ରା ରେ ମେଢ଼ ଗୁଡିକ ସାମିଲ ହୋଇଥିଲା,ରାତ୍ର ଦଶ ତାରେ ସମସ୍ତ ମେଢ଼ ଭାଲୁ ପୋଡା ବାଲିଯାତ୍ରା ପଡିଆ ରେ ପହଂଚି ଥିଲା, ଆସନ୍ତା କାଲି ପୁଣି ଶୋଭା ଯାତ୍ରା କରି ବିସର୍ଜନ କରାଯିବ,ସୋଲର ବାଲି ଯାତ୍ରା ପଡିଆ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖିବାକୁ ଯାତ୍ରା ପଡିଆ ଲୋକାରଣ୍ୟ ହୋଇଉଠିଥିଲା, ବୁଧବାର ଦିନସୋଲର ବାଲି ଯାତ୍ରା ପଡିଆ ରେ କୋଚିଳା ଖାଇ ମେଢ଼ ପହଂଚି ବ ଓ ରାବଣ ପୋଡି ଅନୁଷ୍ଠିତ ହେବ,ଗ୍ରାମ ର ମୁରବି ଓ ପୋଲିସ ଫୋର୍ସ ଯାତ୍ରା ପଡିଆ ରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି,, ଛତିଆ ରେ ଚଳିତ ବର୍ଷ ଯାତ୍ରା ରେ ପାରମ୍ପରିକ ବାଦ୍ୟ ସମେତ ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ବ୍ୟାଣ୍ଡ ସହ କଳାହାଣ୍ଡି, ବରଗଡ଼, ସମ୍ବଲପୁର, ପୁରୀ, ବଲାଙ୍ଗିର, ମୟୁରଭଞ୍ଜ ର ଆଦିବାସୀ ଲୋକ ନୃତ୍ୟ ଆକର୍ଷିତ
କରିଛି,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନ ରେ ମୃତୟନ କରାଯାଇଅଛି,

Related Articles

Back to top button