Entertainment
ଟାଙ୍ଗିଆପାଲି ରେ ମା’ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଣ୍ଟାମାଳ : – ୧୧/୧୧/୨୦୨୪ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ମାଁ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ସହ ରୀତିନୀତି ରେ ପୂଜାର୍ଚ୍ଚନା ସମାପନ କରାଯାଇଥିଲା |ଏଥିରେ କର୍ତ୍ତା ଭାବେ ସନ୍ତୋଷ ଦନ୍ତା ଓ ତାଙ୍କପତ୍ନୀ ସଂଗୀତା କର୍ଣ୍ଣ ପୂଜାକାର୍ଯ୍ୟର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ପଣ୍ଡିତ ମୋତିଲାଲ ପୁଜାହାରୀ ପୂଜା କାର୍ଯ୍ୟ ତୁଲାଇଥିଲେ |ମନ୍ଦିର କୁ ନିର୍ମାଣ କରିଥିବା କାରିଗର ମନୋଜ କୁମାର ମହାପାତ୍ର ମଧ୍ୟ ପ୍ରତିଷ୍ଠା ସମୟରେ ନିୟମାନୁସାରେ ବିଶ୍ଵକର୍ମା ଭାବେ ସମ୍ମାନୀତ କରାଯାଇଥିଲା। ଉକ୍ତ ଉତ୍ସବରେ ଗ୍ରାମର ଗୌନ୍ତିଆ ବଶିଷ୍ଠ କଅଁରଙ୍କ ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




