Entertainment

କୋଡ଼ିବାହାଲ ରେ ମା’ ବୃନ୍ଦାବତୀଙ୍କ ପୂଜାନୋତ୍ସବ ପାଇଁ କଳସ ଶୋଭାଯାତ୍ରା,

କଣ୍ଟାମାଳ: -୧୧/୧୧/୨୦୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ କୋଡ଼ିବାହାଲ ଗ୍ରାମର ମେଣ୍ଡିଲିପଡ଼ାସ୍ଥିତ ଭୋଇପଡ଼ାରେ ମା’ ମାହେଶ୍ଵରୀ ଯୁବକ ସଂଘ ପକ୍ଷରୁ ପଞ୍ଚୁକ ବ୍ରତ ଉପଲକ୍ଷେ ମା’ ବୃନ୍ଦାବତୀ ପୂଜା ଉତ୍ସବ ମହାସମାରୋହରେ ପାଳନ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପାସକ ବ୍ରତାଧାରୀ ସକାଳୁ ନିକଟସ୍ଥ ନାଳରୁ ଜଳ ପୂଜାର୍ଚ୍ଚନା ପରେ ଜଳ ପୂର୍ଣ୍ଣ କଳସରେ ଗ୍ରାମ୍ୟ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରି ଅଧିବାସ କରିଥିଲେ। କର୍ତ୍ତା ଭାବେ ଗୋପାଳ ଭୋଇ ଓ ପତ୍ନୀ ଉମା ଭୋଇ କର୍ତ୍ତାକାର୍ଯ୍ୟ ତୁଲାଇଥିବା ସ୍ଥଳେ ପୂଜକ ପଣ୍ଡିତ ଶ୍ରୀକାନ୍ତ ମିଶ୍ର ପୂଜାକାର୍ଯ୍ୟ କରିଥିଲେ। ସଂଘର ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁ ସହଯୋଗ କରିଥିଲେ। ଆସନ୍ତାକାଲି ଠାରୁ ପୁରାଣ ପଠନ ଓ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ସଦସ୍ୟ ନବିନ କିଶୋର ମେଣ୍ଡିଲି ପ୍ରକାଶ କରିଛନ୍ତି ଏବଂ ଚତୁର୍ଦ୍ଦଶୀ ଉଜାଗର ସଂଧ୍ୟାରେ ଝିଅମାନଙ୍କ ଦ୍ଵାରା ରାମଲୀଳା ର ସୀତାଚୋରୀ ନାଟକ ହେବାକୁ ସ୍ଥିର ହୋଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button