ମହାଲକ୍ଷ୍ମୀ ସହସ୍ର ନାମ ଓ ଯଜ୍ଞୋତ୍ସବ


ବାଲିଚନ୍ଦ୍ରପୁର ୭/୧୧) ଯାଜପୁର ଜିଲା ବାଲିଚନ୍ଦ୍ରପୁର ସ୍ଥିତ ଶ୍ୟାମସୁନ୍ଦର ବଜାର କମିଟି ଆନୁକୂଲ୍ୟ ରେ ଗୁରୁବାର ନୂତନ ଭାବେ ନିର୍ମାଣ ହୋଇଥିବା ଲକ୍ଷ୍ମୀ ମଣ୍ଡପ ପରିସର ରେ ମା ମହାଲକ୍ଷ୍ମୀ ଙ୍କ ସହସ୍ର ନାମ ସହ ଯଜ୍ଞ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କର୍ତ୍ତା ଭାବେ ବଜାର କମିଟି ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି ଓ ତାଙ୍କ ଧର୍ମ ପତ୍ନୀ ମିନୁଲତା ଯୋଗଦେଇ ଥିଲେ। ପଣ୍ଡିତ ଗଗନ ବିହାରୀ ମିଶ୍ର ଓ ସାଥି ମାନେ ଯୋଗଦେଇ ପୂଜା ଓ ମନ୍ତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଅତିଥି ଭାବରେ ଯୋଗଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ମହାନ୍ତି, ପୁର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଞ୍ଚାନନ ଧଳ, ଅନିଲ କୁମାର ପରିଡା, ମନୋଜ କୁମାର ପରିଡା, କଂଗ୍ରେସ ନେତା ଅଜୟ କୁମାର ସାମଲ ବିଳାସ ଚନ୍ଦ୍ର ବାରିକ, ଅମୀୟ କୁମାର ସାହାଣୀ ପ୍ରମୁଖ ଯୋଗଦେଇ ଥିଲେ। ବଜାର କମିଟି ସମ୍ପାଦକ ପ୍ରଭାସ କୁମାର ଦାସ, ଅକ୍ଷୟ କୁମାର ପରିଡା, ରାଜେନ୍ଦ୍ର ପ୍ରସାଦ ସାହୁ, ରଞ୍ଜନ କୁମାର ବଳ, ଅନିରୁଦ୍ଧ ସାହୁ, ହାଡିବନ୍ଧୁ ସାହୁ, ବିଶ୍ଵନାଥ ସେଠୀ ପ୍ରମୁଖ ବଜାର କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ।




