Entertainment

ବର୍ଷିୟାନ୍,ସୁସାହିତ୍ୟିକ,ଶିକ୍ଷାବିତ୍,ସଂଗଠକ,ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କୁ କବି ଭୂଷଣ ସ୍ମୃତି ସଂସଦ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ

ଢେଙ୍କାନାଳ:( ) ତା.୦୫.୧୧.୨୦୨୪ରିଖ : ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ,ଢେଙ୍କାନାଳ ସଭାଗୃହରେ ଅପରାହ୍ଣ ୪ ଘଟିକା ସମୟରେ କବି ଭୂଷଣ ସ୍ମୃତି ସଂସଦ ପକ୍ଷରୁ ଏହାର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଶତାୟୁ,ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ୧୯୭୭- ୧୯୮୦ ମସିହା ଛାତ୍ର,ରାଷ୍ଟ୍ରପତି ସ୍କାଉଟ୍,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ,ଚିଫ୍ ଅଫିସର,ସମର ଶକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ୍ ପୋଲିସ କ୍ୟାଡେଟ,ମୋ ସ୍କୁଲ୍ ଅଭିଯାନ,୫ ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ,ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ ଅଭିଯାନ,ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ରମ, ବିଦ୍ୟାଳୟ ଔଷଧୀୟ ଉଦ୍ୟାନ ବିଭାଗ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଓ ଓଡ଼ିଶା ମାଧ୍ୟାମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଦାୟିତ୍ୱରେ ଥିବା ବର୍ଷିୟାନ୍,ସୁସାହିତ୍ୟିକ, ଶିକ୍ଷାବିତ୍,ସଂଗଠକ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ବିଏସ୍ ସି ବିଏଡ,ଏମ୍.ଏ,ଏଲ୍.ଏଲ୍ ବି,(ଉତ୍କଳ) ଜୁନିୟର୍ ଏସ୍ଇଏସ୍ ଙ୍କ ୪୫ବର୍ଷ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନ ପରେ ଅବସର ଗ୍ରହଣ ଉପଲକ୍ଷେ ଏବଂ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ସାଧନା କ୍ଷେତ୍ରରେ ଅର୍ଦ୍ଧ ଶତାବ୍ଦୀର ସମ୍ପୃକ୍ତି ପାଇଁ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ନିରନ୍ତର ସୁଦୀର୍ଘ ୫୦ ବର୍ଷ/ଅର୍ଦ୍ଧ ଶତାବ୍ଦୀର ସମ୍ପୃକ୍ତି ଓ ୩୪ ବର୍ଷ ନିରବଚ୍ଛିନ୍ନ ଶିକ୍ଷକତା ପରେ ଅବସର ଗ୍ରହଣ କରିଛନ୍ତି। ଏହି ସଭାରେ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ,ଢେଙ୍କାନାଳର
ଅଧ୍ୟକ୍ଷ ଡ.ସମୀର କୁମାର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଦେବୀ ସାର୍ ଙ୍କ ବହୁବିଧ ସୁଗୁଣାବଳୀ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଏହା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ହେଉ ଓ ସେ ବର୍ତ୍ତମାନ ମୁକ୍ତ ଆକାଶର ବିହଙ୍ଗପରି ସ୍ୱାଧୀନ,ଶିକ୍ଷା ଓ ସାହିତ୍ୟ ଅକାଶରେ ପୂର୍ବପରି ସୂର୍ଯ୍ୟ ଭଳି ସ୍ଵୀୟ ଭୂମିକା ନିର୍ବାହ କରି ଜ୍ଞାନାଲୋକରେ ସମଗ୍ର ବିଶ୍ୱକୁ ପ୍ରତିଭାତ କରୁଥିବେ ବୋଲି ଦୃଢ ଆଶା ପୋଷଣ କରିଥିଲେ । କବି ଭୂଷଣ ସ୍ମୃତି ସଂସଦ ପକ୍ଷରୁ ସମ୍ପାଦକ,ସୁସାହିତ୍ୟିକ,ସଂଗଠକ,ନାଟ୍ୟକାର,ଅବସର ପ୍ରାପ୍ତ କଳାଶିକ୍ଷକ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ,ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେ ସ୍ଵୀୟ ଅଭିଭାଷଣରେ ବିଦାୟୀ ଶିକ୍ଷକଙ୍କ ସଫଳ ଶିକ୍ଷା ଜୀବନର ଅବିସ୍ମରଣୀୟ ସ୍ମୃତିରାଜିକୁ ରୋମନ୍ଥନ କରିବା ସଙ୍ଗେ ସଂଗେ ତାଙ୍କର ସମୟାନୁବର୍ତ୍ତିତା,ନିଷ୍ଠାପରତା,କର୍ତ୍ତବ୍ୟପରାୟଣତା, ଶିଷ୍ୟବତ୍ସଳତା,ସହନଶୀଳତା ଓ ସର୍ବଜନପ୍ରିୟତା ଭଳି ଜଣେ ସଫଳ ଶିକ୍ଷକର ସମସ୍ତ ସୁଗୁଣାବଳୀର ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମତପ୍ରକାଶ କରିଥିଲେ । ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର ଅବସର ଗ୍ରହଣ ଓ ତାଙ୍କର ଅବସର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ସ୍ୱରଚିତ କବିତା ସନେଟ ପାଠ କରିଥିଲେ। ସମସ୍ତେ ଦେବୀ ସାରଙ୍କ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟରେ ତାଙ୍କ ସହିତ ସୁମଧୁର ସମ୍ପର୍କର ସ୍ମୃତିଚାରଣ କରି ସେ ସୁଶିକ୍ଷକ,ସୁ ସାହିତ୍ୟିକ ଓ ସଫଳ ସୁସଂଗଠକ ହେବାର ସମସ୍ତ ଗୁଣାବଳୀର ଅନନ୍ୟ ସମାହାର ବୋଲି ବର୍ଣ୍ଣନା କରିଥିଲେ ଓ ତାଙ୍କର ଦୀର୍ଘ ନିରାମୟ ସଫଳ ଜୀବନ କାମନା କରିଥିଲେ। ଆପଣଙ୍କ କର୍ମନିଷ୍ଠା,ଅଧ୍ୟବସାୟ ଏବଂ ମହତ୍ ଆକାଂକ୍ଷା ଫଳରେ ଆପଣ ରାଜ୍ୟସ୍ତରୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଏବଂ ସମ୍ମାନିତ ହୋଇଛନ୍ତି। ପୂର୍ବତନ ମହାମହିମ ରାଷ୍ଟ୍ରପତି ନିଲମ ସଂଜୀବ ରେଡି ମହୋଦୟଙ୍କ ଠାରୁ ପ୍ରଶଂସାପତ୍ର ଲାଭ କରିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ସୋଭିଏତ୍ ରୁଷ୍ କୁଇଜ୍‌ ଏବଂ ଜର୍ମାନ୍ ନିଉଜ୍ କୁଇଜ୍‌ ଦ୍ଵାରା ଆପଣ ସମ୍ମାନିତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବହୁ ସମାଜ କଲ୍ୟାଣ ମୂଳକ ଅନୁଷ୍ଠାନ ଯଥା- ଆଜୀବନ ସଦସ୍ୟ ତଥା ବହୁବର୍ଷ ଧରି ନିର୍ବାଚିତ ଯୁଗ୍ମ ସମ୍ପାଦକ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ,କବି ଭୂଷଣ ସ୍ମୃତି ସଂସଦ,ବାଳକୃଷ୍ଣ ସାହିତ୍ୟ ସଂସଦ,ପଣ୍ଡିତ ଡା.ରୁଦ୍ର ନାରାୟଣ ମିଶ୍ର ସ୍ମୃତି ସଂସଦ, ରେଣୁବାଳା ସ୍ମୃତି ସଂସଦ,ମନୋରଞ୍ଜନ ନନ୍ଦ ସ୍ମୃତି ସଂସଦ, ବିଭାବନା,ଖଟା ମିଠା ସନ୍ଦେଶ,ଧୂଳିଘର, ଜଟାୟୁ,ଲାଲ୍ ମାଟି, ରଣ- ଭେରୀ ସପ୍ତାରଣ୍ୟ,ମାଟି ଭାଷା ଆଦିରେ ସ୍ଵ ଲେଖା ପ୍ରକାଶନରେ ପ୍ରମୁଖ ଭୂମିକା ଗ୍ରହଣ,ବିଶ୍ବ ଓଡିଆ ସମ୍ମିଳନୀ, ରମଣ ବିଜ୍ଞାନ ସଂସଦ,ଦି -ଟ୍ୟାଲେଣ୍ଟ, ତ୍ରିରଙ୍ଗା,ସୁ- ପ୍ରଭାତ,ମାଇକ୍ରୋ ମିଡିଆ,ଗୁଡ଼ନାଇଟ୍ କ୍ଲବ୍ ରେ ଅଂଶଗ୍ରହଣ,ସର୍ବପ୍ରଥମ ପ୍ରତିଷ୍ଠାତା ସମ୍ପାଦକ ରୋଟାରାକ୍ଟ କ୍ଲବ୍,ଢେଙ୍କାନାଳ ମହାବିଦ୍ୟାଳୟ ସାଇନ୍ସ୍ ସୋସାଇଟି ସେକ୍ରେଟାରୀ ଓ କ୍ରମାଗତ ଦୁଇ ବର୍ଷ ଲିଟେରାରି ଚାମ୍ପିୟନ,ଢେଙ୍କାନାଳର,ସି-ଫୋର,ଅଲଟରନେଟିଭ ରିଦମ୍ ଥିଏଟର,ମୋ ଢେଙ୍କାନାଳ,ଢେଙ୍କାନାଳ ଅପ୍ ଡେଟ୍ ,ନିଶିଗନ୍ଧା,ବଜରଙ୍ଗ କ୍ଲବ୍,ରେଡ଼କ୍ରସ,ରକ୍ତଦାନ ଓ ଓଡ଼ିଶା ବିଜ୍ଞାନ ବେତନା ମଞ୍ଚ ଭଳି ଅନେକ ସଂସ୍ଥାର ଆଜୀବନ ସଦସ୍ୟ ତଥା କର୍ମକର୍ତ୍ତା ଭାବରେ ଜଡିତ ରହି ଅନେକ ଜନହିତକର କାର୍ଯ୍ୟ କରୁଛନ୍ତି।ଜଣେ ସୁନାମଧନ୍ୟ ଶିକ୍ଷକ ଭାବରେ ତଥା ବହୁ ସମାଜ କଲ୍ୟାଣ ମୂଳକ ଅନୁଷ୍ଠାନରେ ଆପଣ ଅକୁଣ୍ଠିତ ଚିତ୍ତରେ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ନିକଟରେ ଚିରୠଣୀ । ନିକଟରେ ଅବସର ଗ୍ରହଣ କରିଥିବା ବିଦାୟୀ ବରିଷ୍ଠ ସହକାରୀ ଶିକ୍ଷକ,ସୁସାହିତ୍ୟିକ ତଥା ଉତ୍ତମ ସଂଗଠକ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବିଦାୟକାଳୀନ ବକ୍ତବ୍ୟରେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷା,ସାହିତ୍ୟ,ସାମାଜ ସେବା ଓ ସାମ୍ବାଦିକତା କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ତାଙ୍କର ସୁମଧୁର ସ୍ମୃତିରାଜି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ।ତାଙ୍କର ଅତିପ୍ରିୟ ସମଧର୍ମୀ ସୁସାହିତ୍ୟିକ,ସମାଜ ସେବୀ, ଉପସ୍ଥିତ ବ୍ୟକ୍ତି ବିଶେଷମାନଙ୍କ ପକ୍ଷରୁ ମଞ୍ଚାସୀନ ଅତିଥିବୃନ୍ଦ ତଥା ବର୍ଷିୟାନ୍ ଶିକ୍ଷାବିତ୍, ସୁସାହିତ୍ୟିକ ସଭାପତି ଶଙ୍କର୍ଷଣ ଶତପଥୀ,ମୁଖ୍ୟଅତିଥି,ସାନ୍ଧ୍ୟ ମହାବିଦ୍ୟାଳୟ,ଢେଙ୍କାନାଳର ଅଧ୍ୟକ୍ଷ ଡ.ସମୀର କୁମାର ସାହୁ, ସଂସଦର ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ବିଶେଷ ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ କୃଷିଦା ବେଗମ୍,ଶିକ୍ଷାବିତ୍ ତଥା ସୁସାହିତ୍ୟିକ,ବିଶିଷ୍ଟ କବି ଗୋଲକ ବିହାରୀ ବେହେରା ପର୍ଯ୍ୟାୟ କ୍ରମେ ନିକଟରେ ଅବସର ଗ୍ରହଣ କରିଥିବା ବିଦାୟୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଭାବରେ ଛଅଗୋଟି ସ୍ୱଲିଖିତ ପୁସ୍ତକ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସ୍ଵୀୟ ସଭାପତିଙ୍କ ବକ୍ତବ୍ୟ ପ୍ରଦାନ ଅବସରରେ ବର୍ଷିୟାନ୍ ଶିକ୍ଷାବିତ୍,ସାହିତ୍ୟିକ ସଭାପତି ଶଙ୍କର୍ଷଣ ଶତପଥୀ ବିଦାୟୀ ଅବସର ପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ସର୍ବୋତ୍ତମ ଗଣିତ,ବିଜ୍ଞାନ ଶିକ୍ଷକ ତଥା ସୁସାହିତ୍ୟିକ ଭାବରେ ଯେଉଁ ପ୍ରଦର୍ଶନ କରି ଯାଇଛନ୍ତି ତାହା ଅଭୂତପୂର୍ବ ଓ ଏହାକୁ ଶେଷ ଜୀବନ ପର୍ଯ୍ୟନ୍ତ ଅବ୍ୟାହତ ରଖିବାକୁ ଦୃଢ଼ ଆଶା ପୋଷଣ କରିଥିଲେ। ସଭା ପ୍ରାରମ୍ଭରେ ଦେବୀ ସାର୍ ଙ୍କ ସଫଳ ଛାତ୍ରୀ ସଂଗଠିକା,ସୁ ସାହିତ୍ୟିକା,କବି କାଦମ୍ବିନୀ ମହାକୁଡ଼ ଓ ସୁସାହିତ୍ୟିକା,କବି ମମତା ମହାନ୍ତିଙ୍କ ମିଳିତ ସଫଳ ସଂଯୋଜନାରେ ଏକ ଭାବବିହ୍ଵଳ କବିତା ପାଠୋତ୍ସବ “ଅଶ୍ରୁଧାରା ଓ ମଧୁଝରା” ରେ ପ୍ରାୟ ୩୫ ଜଣ କବି ଦେବୀ ସାର୍ ଙ୍କ ସମ୍ପର୍କରେ ସ୍ବରଚିତ ମର୍ମସ୍ପର୍ଶୀ କବିତା ପାଠ ସ୍ୱ ସ୍ଵ ମର୍ମସ୍ପର୍ଶୀ ଅଭିବ୍ୟକ୍ତି ବ୍ୟକ୍ତ କରିଥିଲେ। ସେମାନେ ହେଲେ ଡା.ରବୀନ୍ଦ୍ର କୁମାର ସାହୁ,ଗୋଲକ ବିହାରୀ ବେହେରା, ଅଧ୍ୟକ୍ଷ ସମୀର କୁମାର ସାହୁ,ଅଧ୍ଯାପକ କ୍ଷୀରୋଦ ନାୟକ, ଦେବ ପ୍ରସାଦ ସାହୁ,ବିବେକାନନ୍ଦ ଷଡଙ୍ଗୀ,କେଶବ ବେହେରା, ନାରୀକବି ନିର୍ମଳା ମହାପାତ୍ର,ସୁକାନ୍ତି ସାହୁ,ମାକ୍ଷିତ୍ ମାମି ମହାପାତ୍ର,କୃଷିଦା ବେଗମ୍ ,ମହମ୍ମଦ ରଫିକ,କ୍ରାନ୍ତିକାରୀ ସମାଜସେବୀ ବିନୋଦ କୁମାର ସେଠୀ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ,ଆଲୋକ କୁମାର ଦାସ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ହୃଦୟସ୍ପର୍ଶୀ ମଙ୍ଗଳାଚରଣ ଗାନ ଓ ମୟୂର ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବନମାଳୀ ମଲ୍ଲିକଙ୍କ ସୁମଧୁର ଭକ୍ତି ସଙ୍ଗୀତ ଗାନ ସଭାର ପରିବେଶକୁ ଆହୁରି ଗାମ୍ଭୀର୍ଯ୍ୟପୂର୍ଣ୍ଣ କରି ଦେଇଥିଲା। ପରିଶେଷରେ କବି ଭୂଷଣ ସ୍ମୃତି ସଂସଦର ସମ୍ପାଦକ,ସୁସାହିତ୍ୟିକ,ସୁସଂଗଠକ, ନାଟ୍ୟକାର,ଅବସର ପ୍ରାପ୍ତ କଳାଶିକ୍ଷକ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ,ସମସ୍ତ ଅଧ୍ୟାପିକା,ଅଧ୍ଯାପକ ଓ କର୍ମଚାରୀ ବୃନ୍ଦଙ୍କ ସମେତ ଉପସ୍ଥିତ ସମସ୍ତ ସମଧର୍ମୀ ସାହିତ୍ୟିକା,ସାହିତ୍ୟିକ ଓ କବୟିତ୍ରୀ,କବି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button