ଚିଲିକା ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ


ଖୋର୍ଦ୍ଧା ତା 6/10/26ରିଖ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିଲିକା କୂଳ ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ଲକ୍ଷ୍ୟରେ ରଖି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଅଛି। ସଧାରଣ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୋଇତ ବନ୍ଦାଣ ଆଦି ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ଵାରା ପରିବେଷଣ କରାଯିବ।ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ , ଉପାଧ୍ୟକ୍ଷ ଭଗବାନ ପ୍ରଧାନ,ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍ ,ସମସ୍ତ କର୍ମଚାରୀ,ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ,ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା,ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ କାଳିଜାଈ ମତ୍ସ୍ୟ ବ୍ୟବସାୟୀ ସଂଘ ସଭାପତି, ମା କାଳିଜାଈ ମୋଟର ବୋଟ ଆସୋସିଏସନ୍ ସଭାପତି,ଶ୍ରୀ ଶ୍ରୀ ଉମାମହେଶ୍ୱର ବ୍ୟବସାୟୀ ସଂଘ ସଭାପତି, ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ମାନେ ଓ ସମାଜସେବୀ,ସାମ୍ବାଦିକ, କନ୍ତ୍ରାକ୍ଟର ,ବୁଦ୍ଧିଜୀବୀ ମାନଙ୍କ ସହିତ ସବୁ ବର୍ଗର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l




