ପଦ୍ମଶ୍ରୀ ବାବା ବଳିଆଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କଲେ ବାଳକ ସାଇରାଜ !!


ତିର୍ତ୍ତୋଲ ::-କଥା ରଖିଲେ ପଦ୍ମଶ୍ରୀ ବାବା ବଳିଆ !କହିଥିଲେ ରବିବାର ଦିନ ସାକ୍ଷାତ କରି ଆଶୀର୍ବାଦ ଦେବେ ! ତାହାହିଁ ହେଲା !ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅରିଲୋ ସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ଶିଷ୍ୟ ଭାବେ ଦୀକ୍ଷିତ କଲେ ବାବା ବଳିଆ ! ଆଶୀର୍ବାଦ ରେ ତୋଳିନେଲେ ଶ୍ରୀପଦରୁ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ତ ପାରାଦ୍ୱୀପ ନୂଆବଜାର ସ୍ଥିତ ସୌମ୍ୟ ରଞ୍ଜନ ମହାପାତ୍ର ଓ ରଶ୍ମିତା ସାମଲ ଙ୍କ ପୁତ୍ର ଭାବେ ଜନ୍ମିତ ବିସ୍ମୟ ବାଳକ ମେଘରାଜ ଓରଫ ସାଇରାଜ ମହାପାତ୍ର ଦୁଇବର୍ଷରୁ ଆଧ୍ୟାତ୍ମିକ ବାଦୀ ର ପରିଚୟ ସୃଷ୍ଟି କରି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ନାମ ପଞ୍ଜିକୃତ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ, ପିତାମାତାଙ୍କ ବିଶ୍ୱାସ ଅନୁସାରେ ବାବା ବଳିଆଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ଆଶା ବାନ୍ଧିଥିଲେ !ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ସାଈ କୁ ନିଜ ଘରେ ଭେଟିଥିଲେ ବାବା ଙ୍କର ଶିଷ୍ୟ ପଣ୍ଡିତ ଅରୁଣ କୁମାର ପାଣି ଓ ବାବାଜୀ ନରୋତ୍ତମ ଦାସ !ବାଳକର ଜ୍ଞାନ ଦେଖି ଅଭିଭୂତ ହୋଇ ଯାଇଥିଲେ !ସାଈ ଓ ପରିବାର ଲୋକଙ୍କୁ ଆଶ୍ରମ ତରଫରୁ ରବିବାର ୩/୧୧/୨୪ ତାରିଖକୁ ସାକ୍ଷାତ କରିବାକୁ ଅନୁମତି ମିଳିଥିଲା !ରବିବାର ଦିନ ଯଥା ସମୟରେ ପିତାମାତାଙ୍କ ସହିତ ୩ ବର୍ଷର ବାଳକ ସାଇରାଜ ଆଶ୍ରମରେ ଉପସ୍ଥିତ ହୋଇଥିଲେ !ଅନନ୍ତ ଗୋସାଇଁ ଙ୍କୁ ପୂଜାର୍ଚନା ପରେ ପଦ୍ମଶ୍ରୀ ବାବା ବଳିଆ ଙ୍କୁ ଦର୍ଶନ କରି ଦୀକ୍ଷିତ ହୋଇଥିଲେ ସାଇରାଜ !ଜଣେ ମାରୱାଡି ବ୍ୟକ୍ତି ସାଈ କୁ ୨୦୦ ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ସାଈ ନିଜକୁ ସନ୍ୟାସୀ ର ଧନ,ଟଙ୍କା,
ଘରର ଆବଶ୍ୟକ ନାହିଁ ବୋଲି କହି ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରାଇ ଥିଲେ !ଏହି ପରିପ୍ରେକ୍ଷୀରେ ବାବା ବଳିଆ ସାଈ ର ପିତାମାତାଙ୍କୁ ପରାମର୍ଶ ହେଇଥିଲେ ଯେ ବାଳକ କୁ ସଂସ୍କାରର ଶିକ୍ଷା ଦେଇ ଯତ୍ନରେ ପ୍ରତିପାଳନ କର !ମଣିଷ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ !ଈଶ୍ୱର ଯାହାକୁ ଯୋଉଁଥିପାଇଁ ଜଗତକୁ ପ୍ରେରଣ କରିଛନ୍ତି, ସମୟ ଅନୁସାରେ ସେ ତାର ଉପଯୁକ୍ତ କର୍ମ ପ୍ରକାଶ କରିବ !ବାଳକ ସାଈ କୁ ଆଶୀର୍ବାଦ କରି ଆହୁରି ଅନେକ ପରାମର୍ଶ ଦେଇ ବିଦାୟ କରିଥିଲେ !ଆଶ୍ରମର ସମସ୍ତ ସାଧୂସନ୍ଥ ମାନେ ବହୁତ ଆନନ୍ଦ ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡ଼ିଆ !!




