କଲରାକୋଠା ମହିଷାଶୁର ଦରବାରର ପଞ୍ଚମ ସଂଧ୍ୟା– ରକ୍ତବୀର୍ଯ୍ୟ ନିଧନରେ ମହିଷାସୁର ମର୍ମାହତ । ପଞ୍ଚମ ସଂଧ୍ୟାର ମୁଖ୍ୟ ଆକର୍ଷଣ ସିନେ ଜଗତ ପ୍ରଖ୍ୟାତ ହାସ୍ୟାଭିନେତା ପପୁ ପମପମ୍ ଙ୍କ ଜବରଦସ୍ତ କମେଡି । ହସାଇଲେ ହଜାର ହଜାର ଦର୍ଶକଙ୍କୁ।


କଣ୍ଟାମାଳ,୪. ୧୧ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ୟୁଥ ଫ୍ରେଣ୍ଡସ ଆସୋସିଏସନ କଲରାକୋଠା ଦ୍ୱାରା ଆୟୋଜିତ ୩୬ତମ ଶାରଦୀୟ ଶ୍ୟାମାକାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବାରର ପଞ୍ଚମ ସନ୍ଧ୍ୟାର ମହିଷାଶୁର ଦରବାରରେ ଓଡିଶା ସିନେ ଜଗତର ପ୍ରଖ୍ୟାତ ହାସ୍ୟ କଳାକାର ପପୁ ପମପମ ଚିରାଚରିତ ଢଙ୍ଗରେ ନିଜସ୍ଵ କଣ୍ଠରେ ଗୀତ ଗାଇଲେ, କମେଡି ଦ୍ଵାରା ହସାଇ ମଞ୍ଚ ଦୁଲୁକାଇବା ସହ ହଜାର ହଜାର ଦର୍ଶକଙ୍କ ମନମୋହିଥିଲେ l ପଞ୍ଚମ ସନ୍ଧ୍ୟାର ମୁଖ୍ୟ ରାଜଅତିଥିଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ସମ୍ମାନୀତ ରାଜଅତିଥିଭାବେ ବୌଦ୍ଧ ଜିଲ୍ଲା ମିଳିତ ଶିକ୍ଷକ ସଂଘ ସଭାପତି ନିଳାଚଳ ଭୋଇ, ଘଣ୍ଟାପଡ଼ା ୧ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା ପ୍ରମୁଖ ଯୋଗଦେଇ ଦରବାରର ଆୟୋଜନ ଓ ଅଂଚଳର ମହାନ କଳା ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଧାରଣୀସେନ ସାହୁ ଦରବାର ପରିଚାଳନା କରିଥିଲେ l ଏହି ଅବସରରେ ଉତ୍ତମ ରୋଗୀସେବା ପାଇଁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ଃ ଜଗଦୀଶ ସେଠୀ ଙ୍କୁ ଉପଢୌକନ ସହ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ପଞ୍ଚମ ସନ୍ଧ୍ୟାରେ ସତସ୍ରୁଙ୍ଗୀ ପର୍ବତରେ ମା ଦୁର୍ଗାଙ୍କ ଆବିର୍ଭାବ ଖବର ପାଇ ରକ୍ତବୀର୍ଯ୍ୟ କୁ ସତସୁଙ୍ଗ କୁ ପଠାଇଲେ ମହିଷାସୁର l ଦୁର୍ଗାଙ୍କ କାଳୀ ଅବତାର ଧାରଣ ଓ ରକ୍ତବୀର୍ଯ୍ୟ ନିଧନ ଏବଂ ରକ୍ତବୀର୍ଯ୍ୟ ନିଧନ ଖବର ପାଇ ମହିଷାସୁର ମର୍ମାହତ ନାଟକ ମଞ୍ଚସ୍ଥ ହୋଉଥିଲା l ମହିଷାସୁର ଭୂମିକାରେ ଭୁବନେଶ୍ୱର ପ୍ରଧାନ ଙ୍କ ଅଭିନୟ କୁ ଦର୍ଶକମାନେ ଭୁୟସୀ ପ୍ରଶଂସା କରିଥିଲେ l କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ସମେତ ପୂଜା କମିଟି ସଦସ୍ୟ ଓ ପୋଲିସ ଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକମାନେ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ମିନାବଜାର ବୁଲିବା ସହ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




