Entertainment

ଜିଲାସ୍ତରୀୟ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ 2024 ପାଳିତ

କଳାହାଣ୍ଡି ଜିଲ୍ଲା ଗଠନ ଓ ପ୍ରତିଷ୍ଠା ଦିବସ 2024 ନଭେମ୍ବର ପହିଲା ଦିନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନହଲ ଠାରେ ଜିଳ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ସକାଳ ସାତ ଘଟିକା ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ମ୍ୟାପ୍ ରେ ମାନବ ଶୃଙ୍ଖଳ ପ୍ରଦର୍ଶନ, ଜେଲ୍ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ପଥ ଉତ୍ସବ,ମାଣିକେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମନ୍ଦିର ରୁ ଟାଉନହଲ ପର୍ଯ୍ୟନ୍ତ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମାଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ମଶାଳ ଧରି ଶୋଭାଯାତ୍ରାରେ ଟାଉନ ହଲ ପର୍ଯ୍ୟନ୍ତ ପରିକ୍ରମାରେ ଯାଇଥିଲେ।ଏହି ଅବସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟାଉନ ହଲ ଠାରେ ଏକ ସାଧାରଣ ସଭା,ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ କଳାହାଣ୍ଡି ମାଳବିକା ଦେବୀ,ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ,

ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର କୁମାର ପାଟଯୋଷୀ, ମାନ୍ୟବର ସଭାପତି ଜିଲ୍ଲା ପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବଇତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା,ଆର୍ତ୍ତତ୍ରାଣ ମହାପାତ୍ର ଜିଲ୍ଲା ବିଜେପି ସଭାପତି ଯୋଗଦେଇଥିଲେ। ଅତିଥି ମାନେ କଳାହାଣ୍ଡି ଜିଲ୍ଲା ଗଠନର ଇତିହାସ ସଂପର୍କରେ ସୂଚନା ଦେଇ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ,କୃଷି କ୍ଷେତ୍ରରେ ବିକାଶ ଓ ଅଗ୍ରଗତି କରିଛି। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ ଦଳ ମତ, ଭେଦଭାବ ଉର୍ଦ୍ଧ ରେ ରହି କାର୍ଯ୍ୟ କରିବା ପାଇଁ ମାନ୍ୟବର ସାଂସଦ, ବିଧାୟକ ଆହ୍ଵାନ ଦେଇଥିଲେ। ଏହି ଅବସରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲା ର ସମସ୍ତ ବ୍ଲକ ସ୍ତରରେ ମଧ୍ୟ ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ,ଛାତ୍ରଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button