Entertainment

ଜଗନ୍ନାଥ ସଂସ୍କୃତିର ଇତିହାସ କୁ ଜୀବିତ ରଖିବାକୁ ନିର୍ମାଣ ହେଉ ବିଶର ମହାନ୍ତି ସ୍ମୃତି ସ୍ତମ୍ଭ !

କୁଜଙ୍ଗ ::-ଓଡ଼ିଶାର ଇତିହାସର ଆଇନାରେ ଜଗନ୍ନାଥ ସଂସ୍କୃତିକୁ ଦେଖିବାକୁ ଗଲେ, ନିଶ୍ଚିତଭାବେ ମନେ ପଡିବେ ବିସର ମହାନ୍ତି ଆଉ ଗଡ଼ କୁଜଙ୍ଗର ସୁଭଦ୍ରା କ୍ଷେତ୍ର !ଯେତେବେଳେ ଯବନ ମାନେ ଶ୍ରୀ ବିଗ୍ରହ ଙ୍କୁ ନେଇ ଗଙ୍ଗା କୂଳରେ ଅଗ୍ନି ସଂଯୋଗ କରି ଅଧା ପୋଡା ଅବସ୍ଥା ରେ ଛାଡି ଚାଲି ଯାଇଥିଲେ |ସେତେବେଳେ ଯବନ ମାନଂକ ପଛରେ ଅନୁଧାବନ କରୁ ଥିବା ଓଡ଼ିଆ ବୈଷ୍ଣବ ବିଶର ମହାନ୍ତି ସେଇ ଦରପୋଡା ବିଗ୍ରହ ରୁ ବ୍ରହ୍ମ ସଂଗ୍ରହ କରି ମୃଦଙ୍ଗ ଭିତରେ ପୁରାଇ ଜଳ ପଥରେ ଆସି ଗଡ଼ କୁଜଙ୍ଗ ଠାରେ ପହଞ୍ଚିଥିଲେ |ସେଇ ଶ୍ରୀବ୍ରହ୍ମ କୁ ଜଣେ ଖଣ୍ଡାୟତ ଘରର ଓଳିଆ ଉପରେ ରଖି ପୂଜା କରିଥିଲେ |ପରବର୍ତ୍ତୀ ସମୟ ରେ କୁଜଙ୍ଗ ରାଜା ମନ୍ଦିର ନିର୍ମାଣ କରିଥିଲେ ଓ ମହାପ୍ରଭୁ ସେଠାରେ “କୁଞ୍ଜ ବିହାରୀ”ରୂପେ ପୂଜା ପାଇଲେ |1568–1575 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ଅଂଚଳ ଥିଲା ସାତ ବର୍ଷର ଶ୍ରୀକ୍ଷେତ୍ର |ମହାପ୍ରଭୁ ଗଡ଼କୁଜଙ୍ଗ ରେ ପୂଜା ପାଉଥିଵା ବେଳେ ଖାଲି ପଡିଥିଲା ପୁରୀ ଶ୍ରୀମନ୍ଦିରର ରତ୍ନବେଦୀ ଆଉ ବନ୍ଦ ହୋଇ ଯାଇଥିଲା ରଥ ଯାତ୍ରା |1575 ରେ ପୁରୀ ଗଜପତି ସ୍ୱପ୍ନାଦେଶ ପାଇ ଗଡ଼ କୁଜଙ୍ଗ ରୁ ବ୍ରହ୍ମ କୁ ନେଇ ଖୋର୍ଦ୍ଧାରେ ରଖି,ଦାରୁ ବିଗ୍ରହ ନିର୍ମାଣ କଲେ |ସେଇ ବର୍ଷ କର୍କଟ ୧୮ଦିନ ଦାରୁ ବିଗ୍ରହ ରେ ବ୍ରହ୍ମ ସ୍ଥାପନା କରି,ରତ୍ନବେଦୀ ରେ ବିଜେ କରାଇଥିଲେ ରାଜା ଗଜପତି |ଶ୍ରୀ ଜଗନ୍ନାଥ ଧର୍ମ ଓ ସଂସ୍କୃତି କୁ ବିଶର ମହାନ୍ତି ଙ୍କ ଅବଦାନ ଏକ ସାତ ବର୍ଷର ଅନୁପମ ଇତିହାସ |ସେଇ ପ୍ରେରିତ ପୁରୁଷ ବିସର ମହାନ୍ତି ଙ୍କ ସ୍ମାରକୀ ପାଇଁ,ଗଡ଼କୁଜଙ୍ଗସ୍ଥିତ କୁଞ୍ଜବିହାରୀଙ୍କ ମନ୍ଦିର ସଂଲଗ୍ନ ବଡ ଦାଣ୍ଡରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉ ଏବଂ ପ୍ରତ୍ୟେକ ବର୍ଷ କର୍କଟ ୧୮ ଦିନ କୁଞ୍ଜବିହାରୀ ଙ୍କ ପୀଠରେ ଜିଲ୍ଲା ସ୍ତରୀୟ ସ୍ମାରକୀ ମହୋତ୍ସବ କରାଯାଉ |ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଂସ୍କୃତି ବିଭାଗ ବାର୍ଷିକ ବଜେଟ ରେ ଅର୍ଥ ବ୍ୟବସ୍ଥା କରନ୍ତୁ |ଏହି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲା ପାଳ ମହୋଦୟ ସଂସ୍କୃତି ଅଧକାରୀ ଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର ସଂଯୋଜକ ସରୋଜ ନାୟକ ଙ୍କ ସମେତ ବହୁ ଗୁଣିଜ୍ଞାନୀ, ବିଦ୍ୱାନ ପଣ୍ଡିତ ଏବଂ ସାମାଜିକ ଆଧ୍ୟାତ୍ମିକ ସଂଗଠନ ଜିଲ୍ଲାପାଳ ଙ୍କୁ ବିନମ୍ର ନିବେଦନ କରିଛନ୍ତି |

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button