Politics

କେନ୍ଦ୍ର ସରକାରଙ୍କ ଚଳିତ ବଜେଟ କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ l

ନବରଙ୍ଗପୁର:୦୩.୦୨.୨୦୨୩ ସରକାରଙ୍କ ଚଳିତ ବଜେଟ କୁ ବିରୋଧ କରିବା ସହିତ ଜିଲ୍ଲାରେ ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବା ରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ l ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ବାରିକା ମହାପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କୁ ଦାବୀ ପ୍ରତ୍ର ପ୍ରଦାନ l ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ଦାବୀ ପ୍ରତ୍ର ପ୍ରଦାନ କରିଛନ୍ତି l କେନ୍ଦ୍ର ସରକାର ବଜେଟ କୁ ବିରୋଧ କରିବା ସହିତ କେନ୍ଦ୍ର ସରକାର ଙ୍କ ବିରୋଧରେ ନାରା ବାଜି ଦେଉଥିବା ଦେଖିବାକୁ ମିଳିଛି ଓ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କ ଫୋଟ ବେନର ଙ୍କୁ ନିଆଁ ଜାଳିଥିଲେ ଜିଲ୍ଲା ଯୁବ କଂଗ୍ରେସ କର୍ମୀ ମାନେ l ସେଭଳି ପ୍ରତିବାଦ ସ୍ୱରୂପ ଯୁବ କଂଗ୍ରେସ କର୍ମୀ ମାନେ ଆଳୁ, ପିଆଜ, ମାଳ କରି ବେକରେ ପିନ୍ଧି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି l କେନ୍ଦ୍ରୀୟ ବଜେଟ ଅତି ନୈରାଶ୍ୟ ଜନକ ଓ ଏହା କୃଷକ ତଥା ଶ୍ରମିକ ବିରୋଧୀ ବୋଲି ପ୍ରକାଶ କରିବା ସହିତ କେବଳ ଧନୀଙ୍କ ପାଇଁ ବଜେଟ ଗରିବ ଲୋକ ଙ୍କ ପାଇଁ ନାହିଁ ଏହି ବଜେଟ ବୋଲି ଯୁବ କଂଗ୍ରେସ ସଭାପତି ପ୍ରକାଶ କରିଛନ୍ତି lଅନ୍ୟପଟେ ଜିଲ୍ଲାରେ ପଞ୍ଜିକୃତ ଚାଷୀ ଙ୍କ ସେଟଲାଇଟ ତ୍ରୁଟି ଯୋଗୁଁ ହଜାର ହଜାର ଚାଷୀଙ୍କ ଧାନ ମଣ୍ଡିରେ ପୋଡି ରହିଥିବା ଅଭିଯୋଗ କରିବା ସହିତ ତୁରନ୍ତ ଜିଲ୍ଲାପାଳ ଏହା ପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ଧାନ କେମିତି ମଣ୍ଡିରୁ ବିକ୍ରି ହେଇପାରିବ ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି l

ସନ୍ତୋଷ ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁର ସମର୍ଥ News

 

Related Articles

Back to top button