Entertainment

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ପଞ୍ଚମ ସନ୍ଧ୍ୟା ।

ଢେଙ୍କାନାଳ ବାଜିଚୈକ ସ୍ଥିତ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଜି ପଞ୍ଚମ ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ପୁହାଣ,ସମ୍ମାନିତ ଅତିଥି ସମାଜ ସେବୀ ପ୍ରସାନ୍ତ କୁମାର ମିଶ୍ର ଉପସ୍ଥିତ ରହି ପଞ୍ଚମ ସନ୍ଧ୍ୟାକୁ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। ପଞ୍ଚମ ଦିବସରେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପଞ୍ଚମ ସନ୍ଧ୍ୟାରେ ନୀଳ ଦରିଆ ଭଜନ ସନ୍ଧ୍ୟା ଭୁବନେଶ୍ଵର ପକ୍ଷରୁ ଭଜନ ପରିବେଷଣ କରିଥିଲେ। କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର, ସୌମ୍ୟା ଦାସ, ପିକେ ଦାସ ଓ ଅନ୍ୟାନ୍ୟ କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଶଣ କରିଥିଲେ। ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ମହମ୍ମଦ ସାଗରି, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ମଞ୍ଚ ପରିଚାଳନା ଅବନୀ କୁମାର ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ କୁମାର ପାଣି ଏବଂ କମିଟି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ରେ ଏହି ସମାରୋହ ଉତ୍ସବ ପାଳିତ ହୋଇଯାଇଛି। ଅତିଥିମାନେ କହିଥିଲେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଗକୁ ଆହୁରି ଉତ୍ତରାତ୍ତର ଉନ୍ନତି କରୁ।

Related Articles

Back to top button