Politics

ଚମ୍ପା ପୁର ପଂଚାୟତ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଚମ୍ପା ପୁର ପଂଚାୟତ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଂଚାୟତ ପକ୍ଷରୁ ଆଜି ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ଅମର ନାୟକ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି, ଚମ୍ପା ପୁର ହାଟ ଠାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା,,ଚମ୍ପାପୁର ପଂଚାୟତ ଶକ୍ତି କେନ୍ଦ୍ର ପ୍ରମୁଖ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଏଥିରେ ସଭାପତିତ୍ୱ କରିଥିଲେ, ଛତିଆ ମଣ୍ଡଳ ସଭାପତି ବିକାଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ, ପଂଚାୟତ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସ୍ଥାନୀୟ ସରପଞ୍ଚସୁଲୋଚନା ପ୍ରଧାନ ଓ ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ, ଜିଲ୍ଲା ସମ୍ପାଦିକା ଦେବ ଯାନୀ ପ୍ରଧାନ ମୁଖ୍ୟ ବକ୍ତା ଓ ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ଓ ସୋଲର ପଂଚାୟତ ର ପୂର୍ବତନ ସରପଞ୍ଚ ନୀଳ ମଣି ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ମଂଚାସୀନ ଅତିଥି ମାନେ ପ୍ରଥମେ ଭାରତ ମାତା ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ,ପଂଚାୟତ ର ବିଭିନ୍ନ ମହିଳା ଗୋଷ୍ଠୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ,ସୋୟଂ ସହାୟକ ଗୋଷ୍ଠୀ ମାନ୍ୟବର ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଯୁବ ସମାଜ ସେବୀ ସ୍ମିତ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button