ଛତିଆ ରଜ ମହୋତ୍ସବ ର ଶେଷ ସନ୍ଧ୍ୟା, ଛତିଆ ମା ଜାଗୁଳାଇ ଙ୍କ ପୀଠରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ର ଆଜି ଶେଷ ସନ୍ଧ୍ୟା


ଛତିଆ ରଜ ମହୋତ୍ସବ ର ଶେଷ ସନ୍ଧ୍ୟା, ଛତିଆ ମା ଜାଗୁଳାଇ ଙ୍କ ପୀଠରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ର ଆଜି ଶେଷ ସନ୍ଧ୍ୟା ରେ ବଡ଼ଚଣା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥିଙ୍କ ସୂ ପୁତ୍ର ତଥା ଟିମ ବଡ଼ଚଣା ଅଧକ୍ଷ ଶ୍ରୀଯୁକ୍ତ ଅଦ୍ୱିତୀୟ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିଲେ,ଯୁବ ସମାଜ ସେବୀ ଅମରେଶ ନନ୍ଦ ମଞ୍ଚ ପରିଚାଳନା କରିଥିଲେ,ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟ କ୍ରମ ନାଚ ଗୀତ ଆଦି ରେ ଭାଗ ନେଇଥିବା କୃତି କଳାକାର ମାନଙ୍କୁ ପ୍ରମାଣ ପତ୍ର ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ,ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା ଯୁବ ସମାଜ ସେବୀ ବିପିନି ବିଶ୍ୱାଳ ଅନୁଷ୍ଠାନ ର ସଭାପତି ଶରତ ପାଣି ସମ୍ପାଦକ ପବିତ୍ର ମଲିକ ଉପ ସଭାପତି ବଗି ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଶିକ୍ଷାବିତ ରମାକାନ୍ତପତି ଅନୁଷ୍ଠାନ ସଭାପତି ଶରତ ପାଣିଗ୍ରାହୀ ମାନ ପତ୍ର ପାଠ କରିଥିଲେ, ମହୋତ୍ସବ ର ପ୍ରଥମ ପର୍ଯାୟ ରେ ବୈରୀ ଥାନା ଆଇ ଆଇ ସି ଶ୍ରୀଯୁକ୍ତ ଶରତ ନାୟକ ମୁଖ୍ୟ ଅତିଥି ଭାବେ ପ୍ଯୋଗ ଦେଇ ପୁଚି ମି୍ୟୁଜିକ ଚେୟାର ଖେଳପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା ପ୍ରଥମ ଦ୍ୱିତୀୟ ଓ ତୃତୀୟ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ, ଆଦିତ୍ୟ ସାମନ୍ତ ରାୟ ନୃତ୍ୟ ପରିଚାଳନା କରିଥିଲେ,ବବ୍ଲୁ ମଲିକ ଧନ୍ୟବାଦ ଦେଇଥିଲେ, ରଜ କମିଟି ର ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




