ସମାପ୍ତ ହୋଇଛି ଭୋଟ ସମର,

ଅତି ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି ମତଦାନ 2024 ଏମ ଏଲ ଏ ଓ଼ ଏମ ପି ଭୋଟ ଗ୍ରହଣ ସମାପ୍ତ ହୋଇଛି ।ଭୋଟ ଦାତା ମାନେ ଅତି ହର୍ଷ ଓ ଉଲହାସ ରେ ଭୋଟ କେନ୍ଦ୍ରକୁ ଆସି ନିଜର ମତଦାନ କରିଥିବାର ଅତି ସ୍ଵଭାଵ ପୁର୍ଣ ବାତାବରଣ ଦେଖା ଯାଇଛି।ଉଭୟ ଦଳ ଅତି ବନ୍ଧୁତା ପୂର୍ଣ୍ଣ ପରିବେଶ ମଧ୍ୟରେ ହସ ଖୁସି ସହିତ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ସୁଚାରୁ ରୂପେ ଭୋଟଦାନ ହୋଇଯାଇଛି କିଏ ଜିତିବ କିଏ ହାରିବ ସେ ତ ଭାଗ୍ୟର କଥା।ବହୁତ ବହୁତ ଧନ୍ୟବାଦ ଯେଏହି ପଂଚାୟତ ରେ 10 ଗୋଟି ଭୋଟ ଗ୍ରହଣ ବୁଥ ହୋଇଥିଲା, କୌଣସି ଅପ୍ରିତିକାର ଘଟଣା ବା କୌଣସି ହିଂଶା ବିହୀନ ଏକ ଇତିହାସ ଶୃଷ୍ଟି କରିଛି କୃଷ୍ଣାନନ୍ଦ ପୁର ଗ୍ରାମପଞ୍ଚାୟତ।ସମସ୍ତ ଦଳୀୟ ନେତା ମାନେ ଏକ ପରିବାର ଭଳି ନିଜକୁ ପରିଚୟ ଦେଇଥିଲେ, ଆପୋଷ ଭାତୃଭାବ ନେଇ ଏକ ଟେବୁଲ ରେ ବସି ଥଣ୍ଡା ପାଣି ଓ ଗର୍ମା ଗରମ ଚା ପିବାର ଦୃଶ୍ୟ ଦେଖା ଯାଇଥିଲା ।ଇଲେକ୍ସନ କମିସନ କୃଷ୍ଣା ନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବିବାହ ମଣ୍ଡପ ଭଳି ଅତି ରୋମାଣୀୟ ଭାବରେ ସଜାଇ ଥିବାର ଦେଖି ସମସ୍ତ ଗ୍ରାମବାସୀ ସମ୍ମାନୀୟ କଳଲେକଟର ମହାଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଆମ ପଲ୍ଲୀ ଅଂଚଳରେ ପ୍ରଥମ ଥର ଏମିତ ସାଜ ସଜ୍ଜା ଦେଖି ଗ୍ରାମବାସି ମାନେ ବହୁତ ପ୍ରଶଂସା କରିଛନ୍ତି।ଆସନ୍ତା 04 06 2024 ଦିନ ପରିଣାମ ଘୋଷଣା ହେବ, ସେତେ ପର୍ଯ୍ୟନ୍ତ ଧର୍ଯ୍ୟ ଧରି ରହିବାକୁ ବିଶେଷ ଅନୁରୋଧ।
ତିର୍ତୋଲ ରୁ ସାନୱାର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା