Politics

ଜାଣନ୍ତୁ ହଂସୁରା କର୍ମୀ ସମାବେଶରେ ବିରୋଧୀ ଦଳଙ୍କୁ କଣ କହିଲେ ସମ୍ବିତ ରାଉତରାୟ ?

କୁଜଙ୍ଗ :-ଖାଇବାକୁ ଯୋଗାଉଛନ୍ତି ବାପା, ଦେହକୁ ବସ୍ତ୍ର ଦେଉଛନ୍ତି ବାପା, ରହିବାକୁ ଘର ଦେଉଛନ୍ତି ବାପା, ସ୍ୱାସ୍ଥ୍ୟ କଥା ବୁଝିବା, ପିଲାଙ୍କୁ ପାଠ ପଢେଇବା, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, ପରି ସମସ୍ତ ବିଷୟ ଯୋଉ ବାପା ଯୋଗାଇ ଛନ୍ତି ତାଙ୍କୁ ଭୁଲିଯାଇ କିପରି ଆପଣ ମାନେ ଜଣେ ଧରମ ବାପାଙ୍କୁ ଆପଣେଇବାକୁ ମନସ୍ତ କରିପାରୁଛନ୍ତି ? ଆପଣଙ୍କର ଆଉ କୋଉ ଆବଶ୍ୟକତା ରହିଲାଯେ ବାପା ତାହାକୁ ପୂରଣ କରି ପାରିଲେ ନାହିଁ ? ଏବେ କୁହନ୍ତୁ ନା ସବୁ ଅଭାବ ବାପା ହିଁ ପୂରଣ କରିପାରିବେ !ଆବଶ୍ୟକ ନାହିଁ ଧରମ ବାପାର !ବାପା ସବୁ ପ୍ରକାର ଯତ୍ନ ନିଏ, କିନ୍ତୁ ଧରମ ବାପା ନୁହେଁ ! ଯେପରି ଭାଇ ଭଉଣୀର ଯତ୍ନ ନିଏ ସେପରି କଣ ଧରମ ଭାଇ ନେଇପାରିବ ? ଏପରି ସାରଗର୍ଭକ ମନ୍ତବ୍ୟ ଦେଇଥିଲେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ !ସିଧା ସଳଖ ବିଜେପିକୁ ଟାର୍ଗେଟ କରି ଧରମ ବାପାର ଆଖ୍ୟା ଦେଇ କହିଥିଲେ ଯେ,ସକାଳରୁ ସଞ୍ଜ, ସଞ୍ଜରୁ ସକାଳ ପିଲାଙ୍କର ଯତ୍ନ ନେଇଥାଏ ବାପା !ଯୋଉ ବାପା ଜନ୍ମରୁ ମୃତ୍ୟୁ ଯାଏ ଆବଶ୍ୟକ ପୂରଣ ପାଇଁ ଯୋଜନା ବଦ୍ଧ ଭାବେ ଯତ୍ନ ନିଅନ୍ତି, ସେ ଆମର ବାପା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !ବର୍ତ୍ତମାନ ସମୟରେ ଭୋଟର ମାନଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକର୍ଷଣ କରୁଥିବା ବିଜେପି ଧରମ ବାପା ପାଲଟିଛନ୍ତି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗ ବ୍ଲକ ଅଧିନସ୍ଥ ହଂସୁରା ପଞ୍ଚାୟତରେ ଆୟୋଜିତ କର୍ମୀ ସମାବେଶ ରେ ଯୋଗଦେଇଥିଲେ ପାରାଦ୍ୱୀପ ର ବିଧାୟକ ସମ୍ବିତ ରାଉତରାୟ ! ବହୁ ଉତ୍ସାହ ଓ ଆନନ୍ଦରେ ବାଜା ବଜେଇ ଶହଶହ ଆବାଳ-ବୃଦ୍ଧ-ବନିତା ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇ ହଂସୁରାସ୍ଥିତ ତାରିଣୀ ମନ୍ଦିର ଠାରୁ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ରାଉତରାୟ ଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ !ପୂର୍ବତନ ସରପଞ୍ଚ ତାପସ କୁମାର ରାଉତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ସଭାରେ ଶ୍ରୀନାଥ ଦାସ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନା ତାପସ କୁମାର ରାଉତରାୟ କରିଥିଲେ ! ପଞ୍ଚାୟତର ଅନେକ ଆତ୍ମଘୋଷିତ ନେତା ତାପସ କୁମାର ରାଉତରାୟ ଙ୍କୁ ଛଦ୍ମବେଶି କର୍ମୀର ଆଖ୍ୟା ଦେଉଥିବା ବେଳେ, ତାଙ୍କ ଆୟୋଜିତ କର୍ମୀ ସମାବେଶରେ ସହସ୍ରାଧିକ ପୂରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !ପାରାଦ୍ୱୀପର ବିଧାୟକ ଙ୍କୁ ପାଖରେ ପାଇ ଉପସ୍ଥିତ ମହିଳା ମାନେ ହୁଳହୁଳିରେ ସଭାସ୍ଥଳ କମ୍ପମାନ କରିଥିଲେ ! ମାନ୍ୟବର ବିଧାୟକ ନବୀନ ସରକାରଙ୍କ ବହୁବିଧ ଯୋଜନା ବିଷୟ ଉପସ୍ଥାପନ କରିବା ସହିତ ବିଜେଡିର ଆଗାମୀ ଯୋଜନାକୁ ମଧ୍ୟ ସ୍ମରଣ କରାଇଥିଲେ ! ନବୀନ ସରକାର ରାଜ୍ୟର ଯେତିକି ବିକାଶ କରିଛନ୍ତି ଆଗାମୀ ଦିନରେ ସମସ୍ତ ଅଭାବ ଅସୁବିଧା ସେଇ ନବୀନ ସରକାର ଦୂର କରିପାରିବେ ବୋଲି ଶ୍ରୀଯୁକ୍ତ ରାଉତରାୟ ଦୃଢ଼ ଭାବେ କହିଥିଲେ !ଭୋଟର ମାନେ କୌଣସି ଆମଦାନୀ ନେତାଙ୍କ ମିଠା ଛଳନା ପ୍ରରୋଚନାରେ ନପଡି ନିଜ ଓଡିଶା ମାଟିର ପୁଅ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥରପାଇଁ ମୁଖ୍ୟମନ୍ତ୍ରୀ କରାଇବାକୁ ଯୋଡିଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଉତ୍ସାହିତ କରିଥିଲେ !ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ଯାଏ ସବୁତ ନବୀନ ସରକାର କଲେ ଆଉ ଯାହା ଯାହା ଆବଶ୍ୟକ ସେକଣ ସାଢେ ଚାରି କୋଟି ଜନତାଙ୍କ ପାଇଁ କରିବେ ନାହିଁ ଯେ ଆପଣ ମାନେ ନିଜ ବାପାକୁ ଛାଡି ଧରମ ବାପା କୁ ଗ୍ରହଣ କରିବାକୁ ଚାଁହୁଁଛନ୍ତି ? ଅର୍ଥାତ ବିଜେଡି ଛାଡି ବିଜେପିକୁ ଯାଉଛନ୍ତି କାହିଁକି ??ଭୁଲିଯାଆନ୍ତୁ ସେସବୁ, ବାପା ଯିଏ ବାପା, ଧରମ ବାପା – ଧରମ ବାପା, ଆଉ ଧରମ ବାପା କେବେହେଲେ ବାପା ହେଇପାରିବ ନାହିଁ ବୋଲି ଶ୍ରୀଯୁକ୍ତ ପାତ୍ର କହିଥିଲେ ! ଏହି ସଭାରେ ଜିଲ୍ଲାପରିଷଦ, ୱାର୍ଡ ସଭ୍ୟ, ଓ ପଞ୍ଚାୟତ ଲିଡରମାନେ ଉପସ୍ଥିତ ଥାଇ ସଭା ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button