Politics

ରାହାମାରେ ବିଜେପି ର ବିଜୟ ସଂକଳ୍ପ ସମାବେଶ -ଗର୍ଜିଲେ ଧର୍ମେନ୍ଦ୍ର ପ୍ରଧାନ

କୁଜଙ୍ଗ ::- ଆସନ୍ତା ଜୁନ ୧ ତାରିଖ ନିର୍ବାଚନକୁ ଆଖିଆଗରେ ରଖି ଆୟୋଜିତ ହେଉଛି କର୍ମୀ ସମ୍ମିଳନୀ !ଯେପରି ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ନିର୍ବାଚନୀ ମାହୋଲ ପୁରା ସରଗରମ !ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ହେଉଛି ନିର୍ବାଚନୀ ମୁଦ୍ଦା ! ଦିଆଯାଉଛି ବିକାଶମୂଳକ ପ୍ରତିଶୃତି !ଏହିପରି ଏକ କର୍ମୀ ସମାବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଜନେସର ପେଣ୍ଠସ୍ଥଳୀ ରାହାମା କଲେଜ ପଡିଆ ଠାରେ !ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ସମାବେଶ ନାମରେ ଆୟୋଜିତ ସଭାରେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଜେଡି ର ମନମାନି ଶାସନ ଉପରେ ଖୁବ ଗର୍ଜିଥିଲେ ! ୨୫ ବର୍ଷର ଶାସନରେ ଯେତିକି ବିକାଶ ହେବା କଥା ତାହା ଧର୍ମକୁ ଆଖିଠାର ବୋଲି ତାଙ୍କ ଭାଷଣ ରୁ ଅନୁମେୟ ହେଉଥିଲା ! ଅନ୍ୟ ମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ହରିହର ମହାପାତ୍ର, ବିଜେପି ର ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ, ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଏବଂ କଥାକାର ଶରଣାରବିନ୍ଦ !ବିଜେପି କିପରି ଭାବରେ ବହୁମତରେ ବିଜୟ ଲାଭ କରି ଡବଲ ଇଂଜିନ କାର୍ଯ୍ୟ ଚଲେଇବ, ସେଇ ବିଷୟରେ ମୁଖ୍ୟତଃ ଫୋକସ କରି ଉପସ୍ଥିତ ଅତିଥି ମାନେ ମନ୍ତବ୍ୟ ରଖିଥିଲେ ! ବିଶେଷକରି ବିଜେଡି ବିଜେପି ଦୁଇ ପ୍ରମୁଖ ଦଳ ମଧ୍ୟରେ ଟକ୍କର ଚାଲିଛି !ଦେଖିବାକୁ ରହିଲା ଆସନ୍ତା ନିର୍ବାଚନ କାହା ସପକ୍ଷରେ ଯାଉଛି ! କିଏ କରୁଛି ବାଜିମାତ !କିଏ ପିନ୍ଧୁଛି ବିଜୟର ପଗଡି ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button