Politics

ତିର୍ତ୍ତୋଲ ରାଜନୀତିରେ ଏଥର ନିଶ୍ଚୟ ପରିବର୍ତ୍ତନ, କଂଗ୍ରେସ ର ରୋଡ଼ ସୋ ରେ ହଜାରରୁ ଅଧିକ ବାଇକ ସାମିଲ !

ତିର୍ତ୍ତୋଲ ::- ନିର୍ବାଚନ ଆଉ ମାତ୍ର ଚାରିଦିନ !ତ୍ରିଦଳୀୟ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ କଂଗ୍ରେସ, ବିଜେଡି, ଓ ବିଜେପି ! ସବୁଠୁ ଆଗରେ ପ୍ରଚାର କ୍ଷେତ୍ରରେ ହେଉ ଵା ଜନ ସମ୍ପର୍କ ରେ ହେଉ, ମାତୃ ଆଶୀର୍ବାଦ ଯାତ୍ରା ହେଉ ଵା ମିଶ୍ରଣ ପର୍ବ ହେଉ ସବୁଠୁ ଆଗରେ ରହୁଛି କଂଗ୍ରେସ !ଆଜି ଧୋୟା ଅଞ୍ଚଳ ରେ ଶଙ୍ଖେଶ୍ୱର ସ୍ଥିତ ଲଙ୍ଗଳା ମଠ ଠାରୁ ଏକ ବାଇକ ରାଲି ବାହାରି ବେହେଡ଼ପୁର ଡାଇଁଲୋ, ଦାମୋଦର ପାଟଣା, କିଲିପାଳ ନାରୀଜଙ୍ଗ, କନୀମୂଳ,କୋଲଟା, ଭଂଶର, ମଣପୁର ଇନ୍ଦ୍ରାଣୀ ଛକ, ବଣିଆ ଛକ,ବାବୁ ଛକ,ବସନ୍ତ ଛକ, କୃଷ୍ଣନନ୍ଦପୁର ପଞ୍ଚାୟତ ମଧ୍ୟରେ ଯାଇ ସାଉଦି ହାଟ ଠାରେ ପହୁଁଛି ଥିଲା ! ଏହି ରାଲିରେ ହଜାରରୁ ଅଧିକ ବାଇକ, ଟ୍ରାକ୍ଟର, ଫୋର ହୁଇଲର ଯୋଗଦେଇ ଥିବା ବେଳେ କଂଗ୍ରେସ ର ଜୟ ଧ୍ୱନି କରି ଅତି ଶୃଙ୍ଖଳାରେ ରୋଡ଼ ସୋ କରିଥିଲେ ! ଏହି କାର୍ଯ୍ୟକ୍ରମର ମଙ୍ଗ ଧରିଥିଲେ, କୃଷ୍ଣାନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସମସ୍ତଙ୍କ ପରିଚିତ ବାବା ଭାଇ,କନୀମୂଳ ର ପୂର୍ବତନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାର ! ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ର ବ୍ଲକ ସଭାପତି ନିହାର ରଞ୍ଜନ ନାୟକ, ବାଶା ଭାଇ, ସନାୱର ଭାଇ, ପ୍ରମୁଖ ପଞ୍ଚାୟତ ସ୍ଥରୀୟ ନେତୃବର୍ଗ ସକ୍ରିୟ ଭାବେ ଅଂଶଗ୍ରହଣ କରି କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ !

ତିର୍ତ୍ତୋଲ ରୁ ସନାୱର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button