ରାହାମାରେ ନବୀନ ପଟ୍ଟନାୟକ ଙ୍କ ମେଗା ସମାବେଶ !

କୁଜଙ୍ଗ :- ଜଗତସିଂହପୁର ଜିଲ୍ଲାରେ ଜମୁଛି ନିର୍ବାଚନ ର କର୍ମୀ ସମାବେଶ ! କେବେ ବିଜେପି ତ କେବେ କଂଗ୍ରେସ ଆଉ କେବେ ବିଜେଡିର ଷ୍ଟାର ପ୍ରଚାରକ ଙ୍କ ଦ୍ୱାରା ଭୋଟର ମାନଙ୍କୁ ଆକର୍ଷଣ କରାଇବାକୁ ଚାଲିଛି ନିର୍ବାଚନୀ ଗ୍ୟାରେଣ୍ଟି କାର୍ଡ ର ପ୍ରଚାର !ସେହିପରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ କଲେଜ ପଡିଆରେ ବିଜେଡି ର ମେଗା କର୍ମୀ ସମାବେଶ ଆୟୋଜିତ ହୋଇଯାଇଛି ! ଉକ୍ତ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଆକର୍ଷଣ ଥିବାବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଭି. କେ. ପାଣ୍ଡିଆନ, ପାରାଦ୍ୱୀପ ର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଯୋଗଦେଇ ବିଜେଡି କୁ ଯୋଡ଼ା ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ !ହଜାର ହଜାର ଦର୍ଶକ ତଥା କର୍ମୀଙ୍କ ଉପସ୍ଥିତ ସମାବେଶ କୁ ସରଗରମ କରିଥିବାର ଦେଖିବାକୁ ମିଳିଥିଲା ! କିନ୍ତୁ ଯୋଉଠି ୧୦ ହଜାର ରୁ ଅଧିକ କର୍ମୀ ସମାବେଶ ହେବା କଥା ସେଠାରେ ବହୁ କର୍ମୀ ଆସିପାରି ନଥିବା କିଛି ଗୋଷ୍ଟୀ କନ୍ଦଳକୁ ପଦାରେ ପକାଇ ଦେଇଥିବାର ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !