ସତସଙ୍ଗ ଶ୍ରୀ ମନ୍ଦିର ରେ ପଦାର୍ପଣ କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଆଜି ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ରେ ଯାଜପୁର ସାଂସଦ ପ୍ରାର୍ଥୀ (ବିଜେପି )ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଶୁଭ ପଦାର୍ପଣ କରିଥିଲେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବାରୁ ସେ ପ୍ରଥମେ ଠାକୁର ଙ୍କ ନିକଟରେ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ,ଗୁରୁ ଭାଇ ମାନଙ୍କୁ ଭେଟିଥିଲେ, ସମସ୍ତ ଙ୍କର ସହଯୋଗ କାମନା କରିଥିଲେ, ଏହିଠାରୁ ନିର୍ବାଚନ ପ୍ରଚାର ର ଶୁଭାରମ୍ଭ କରିଥିଲେ, ପ୍ରଚାର ଗାଡି ଗାଁ କୁ ଗାଁ ବୁଲି ଆଗାମୀ ଲୋକସଭା ଆସନ ପାଇଁ ଯାଜପୁର ବିଜେପି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ବେହେରା ଙ୍କୁ ପଦ୍ମ ଫୁଲ ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ, ଠିକ ସେହି ପରି ଗତ ଶନିବାର ଦିନ ସନ୍ଧ୍ୟା ରେ ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଅମର ନାୟକ ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ରେ ପହଂଚି ଶ୍ରୀ ଶ୍ରୀ ଠାକୁର ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ, ଠାକୁର ଙ୍କ ମନ୍ତ୍ର ଶିଷ୍ୟ ହିସାବ ରେ ସମସ୍ତ ଗୁରୁଭାଇ ଓ ମା ମାନଙ୍କୁ ଭେଟି ଆଗାମୀ ନିର୍ବାଚନ ପାଇଁ ସହଯୋଗ ର ହାତ ବଢାଇବା ପାଇଁ ସମସ୍ତ ଙ୍କୁ ବିନମ୍ବ୍ର ପ୍ରାର୍ଥନା କରିଥିଲେ, ଏହି ସମୟ ରେ ଛତିଆ ସତସଙ୍ଗ ଶ୍ରୀ ମନ୍ଦିର ର ସମସ୍ତ କର୍ମ କର୍ତ୍ତା ଋତ୍ଵିକ ଅଧର୍ଜୁ ଯାଜକ କର୍ମୀ ମଣ୍ଡଳୀ ଓ ଗୁରୁଭାଇ ମାନେ ଉପସ୍ଥିତ ରହିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ