Politics
ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ଵିଏସପି ର ପ୍ରଚାର

ତିର୍ତ୍ତୋଲ ::- ଆସନ୍ତା ନିର୍ବାଚନ ୨୦୨୪ ରେ ରାଜ୍ୟରେ ବହୁମୁଖୀ ପ୍ରତିଯୋଗୀ ମାନେ ପ୍ରତିଦ୍ବନ୍ଦିତା କରୁଥିବା ଦେଖିବାକୁ ମିଳିଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଅନୁରୂପ ବହୁ ପ୍ରତିଯୋଗୀ ମାନଙ୍କୁ ଦେଖିବାକୁ ମିଳିଛି ! ତନ୍ମଧ୍ୟରୁ ବହୁଜନ ସମାଜ ପାର୍ଟି ରୁ ଶ୍ରୀଯୁକ୍ତ ସମୀର ସାମଲ ସର୍ବକନିଷ୍ଠ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଦେଖାଯାଇଛି !ବହୁଜନ ସମାଜ ପାର୍ଟି ଯଦିଶ୍ଚ ଗୋଟିଏ ଜାତୀୟ ଦଳ ତଥାପି ପାର୍ଟିର ସୁପ୍ରିମୋ ଭଉଣୀ ମାୟାବତୀ ଜୀ ନିର୍ଦେଶ କ୍ରମେ ତିର୍ତ୍ତୋଲ ନିର୍ବାଚନ କ୍ଷେତ୍ର ପାଇଁ ସମୀର ସାମଲ ଦଳୀୟ ଟିକେଟ ପାଇ ନିର୍ବାଚନ ଲଢେଇରେ ସାମିଲ ହୋଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହିତ ଦଳର ସୁପ୍ରିମୋ ଙ୍କୁ ଦୃଦୟରୁ କୃତଜ୍ଞତା ଜଣେଇବା ସହିତ ଜିଲ୍ଲା ସଭାପତି ଭାଇ ଅଜୟ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି !ଦେଖିବାକୁ ରହିଲା ଵିଏସପି ତରଫରୁ ସମୀର ସାମଲ ଙ୍କୁ କେତେଦୂର ଗ୍ରହଣ କରୁଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !