Politics

ଚମ୍ପାପୁର ପଂଚାୟତ ରେ ବିଜେପି ପକ୍ଷରୁ ବାଇକ ଶୋଭା ଯାତ୍ରା

ଆଜି ବଡ଼ଚଣା ବ୍ଲକ ଚମ୍ପା ପୁର ପଂଚାୟତ ରେ ବିଜେପି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା, ବିଧାୟକ ପ୍ରାର୍ଥୀ ଅମର ନାୟକ ଓ ସୁନ୍ଦର ଗଡ଼ ବିଧାୟିକା କୁସୁମ ଟେରେ ଉକ୍ତ ଶୋଭା ଯାତ୍ରା ରେ ଯୋଗ ଦେଇ ଦଳୀୟ କର୍ମୀ ମାନଙ୍କୁ ଉତ୍ସାହିତ କରାଇଥିଲେ, ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ, ସରପଞ୍ଚ ସୁଲୋଚନା ପ୍ରଧାନ ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରଶାନ୍ତ ବେହେରା ମାନସ ସ୍ୱାଇଁ ସ୍ମିତ ରଞ୍ଜନ ପ୍ରଧାନ ପ୍ରମୁଖ ଉକ୍ତ ଶୋଭା ଯାତ୍ରା ର ନେତୃତ୍ୱ ନେଇଥିଲେ, ସୋମେଶ ରାଉତ ଓ ସତୀଶ ରାଉତ ନୂତନ ଭାବରେ ବିଜେପି ରେ ଯୋଗ ଦେଇଥିଲେ, ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନାୟକ ନବାଗତ କର୍ମୀ ଦ୍ୱୟ ଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button