ବନ୍ତଳା ପଂଚାୟତ ରେ ବିଜେପି ର ବାଇକ ଶୋଭାଯାତ୍ରା ଓ ମିଶ୍ରଣ ପର୍ବ, ଯୋଗ ଦେଲେ ସମ୍ବଲପୁର ବିଧାୟକ କୁସୁମ ଟେଟେ

ଆଜି ବଡ଼ଚଣା ବ୍ଲକ ବନ୍ତଳା ପଂଚାୟତ ରେ ବିଜେପି ପକ୍ଷରୁ ଏକ ବାଇକ ଶୋଭା ଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି, ସମ୍ବଲପୁର ବିଧାୟକ କୁସୁମ ଟେଟେ ମୁଖ୍ୟ ଅତିଥି ଓ ବିଧାୟକ ପ୍ରାର୍ଥୀଅମର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ,ପ୍ରଥମେ କପାଷ୍ଟିକିରି ସ୍ଥିତ ଅଯୋଧ୍ୟା ମାତା ମଠ ରେ ପୂଜାର୍ଚନା କରାଯାଇଥିଲା, ମା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ବା ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଉକ୍ତ ପଂଚାୟତ ର ପୂର୍ବତନ ସରପଞ୍ଚ ଦୀପକ ପ୍ରତାପପୂର୍ବତନ ୱାର୍ଡ ସଭ୍ୟ କ୍ଷୀରୋଦ ଚନ୍ଦ୍ର ବେହେରାଶ୍ୟାମ ସୁନ୍ଦର ରାଉତ ମଦନ ରାଉତ କପାଷ୍ଟିକିରି ର ସୁଶନ ବରାଳ କମଳାକାନ୍ତ ମହାନ୍ତି ଓ ଧନେଶ୍ୱର ବେହେରା ପ୍ରମୁଖ ଦଳ ରେ ନୂତନ ଭାବରେ ଯୋଗ ଦେଇଥିଲେ, ନବାଗତ କର୍ମୀ ମାନଙ୍କୁ ଶ୍ରୀଯୁକ୍ତ ନାୟକ ଦଳୀୟ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ, ଏହା ପରେ ଯାତ୍ରା ର ଶୁଭାରମ୍ଭ ହୋଇଥିଲା, ବାରିମୂଳ ବରୀ ଠେଙ୍ଗଡ଼ ଉବୁକା ବନ୍ତଳା କଇନ୍ତି ପୋଖରୀ ତାଳ ପଦା ଓ ଶେଷ ରେ ଉପୁଳା ଗ୍ରାମ ରେପ୍ରଚାର ଶେଷ ହୋଇଥିଲା, ସରପଞ୍ଚ ସମୀର ରାଉତ ସମିତି ସଭ୍ୟ ସୋମ୍ୟ ରଞ୍ଜନ ବିଶ୍ୱାଳ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ର ପଂଚାୟତ ସଭାପତି ଭାବଗ୍ରାହୀ ପଣ୍ଡା ପୂର୍ବତନ ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ରାଉଳ ଯୁବ ନେତା ଦନାର୍ଦନ ସ୍ୱାଇଁ ଦୀପକ ନାୟକ ଲଷ୍ମୀଧର ପୃଷ୍ଟି ଭୀମ ସେନ ନାୟକ କମଳା କାନ୍ତ ଲେଙ୍କା ମହେନ୍ଦ୍ର ରାଉତ ମାନସ ପ୍ରତାପ ବୁଢା ସ୍ୱାଇଁ ଓ କରୁଣାକର ପ୍ରମୁଖ ଉକ୍ତ ଶୋଭା ଯାତ୍ରା ର ନେତୃତ୍ୱ ନେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,