Politics

୧୬ ନମ୍ୱର୍ ରାଜପଥ ଛତିଆ ଚଟିଘର ନିକଟରେ ଦୁର୍ଘଟଣା, ୧ ଗୁରୁତ୍ତର ଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି।


ଛତିଆ ,୨୫।୫.(ଆ: ପ୍ର) ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ଚଟି ଘର ନିକଟରେ ଦୁର୍ଘଟଣା,୧ ଗୁରୁତର ଙ୍କୁ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି।
ସୂଚନା ଥାଉ କି, ବୈରି ଥାନା ଅନ୍ତର୍ଗତ ନେଳିଆ ଗ୍ରାମର ରାମ ଚନ୍ଦ୍ର ପାତ୍ର( ବଗୁଲି) ବୟସ ୫୫ ବର୍ଷ ଦିନ ମଜୁରୀ କାମ କରି ଫେରୁ ଥିଲେ । ଛତିଆ ବଜାର ରୁ ଖରା ବେଳ ଖାଇବା ମିଲ ଧରି ଏକ ସାଇକେଲ ଯୋଗେ ରାଜ ପଥ ଦେଇ ଚଟିଘର ଅତିକ୍ରମ କରୁ ଥିବା ବେଳେ, କଟକ ପଟୁ ଆସୁ ଥିବା ଏକ କାର୍ ଯାହାର ନମ୍ୱର୍ ଓ ଡି ୦୨ଅର୍ ଦୃତ ଗତିରେ ଧକ୍କା ଦେଇ ଥିଲା, ଫଳରେ ବ୍ୟକ୍ତି ଜଣକ ଗୁରୁତ୍ତର୍ ହୋଇ ମିର୍ମୂଷ ଅବସ୍ଥାରେ ପଡ଼ିରହି ଥିଲେ, ଖବର ପାଇ ରାଜ ପଥ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଥିଲେ, ତେବେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି।
ତେବେ ଦୀର୍ଘ ବର୍ଷ ଧରି ଛତିଆ ଚଟି ଘର ଠାରେ ଏକ ଗଲି ପୋଲ ନିର୍ମାଣ ଦାବି ହୋଇ ଆସୁଥିବା ବେଳେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ନିର୍ମାଣ ଲାଗି ବିଗତ ଦିନରେ ବିଜ୍ଞପ୍ତି ପାଇ ଥିବା ବେଳେ , ରାଜ ପଥ ବିଭାଗର ଖାମ ଖିଆଲି ନୀତି ଲାଗି ବହୁ ପରିବାର ଉଜୁଡ଼ି ଯାଉ ଥିବା ଦେଖିବାକୁ ମିଳିଛି। ବିଭାଗର ଅବହେଳା ଲାଗି କେତେ ନିରୀହ ଜୀବନ ଯାଉ ଥିବା ବେଳେ, କେତେ ପରିବାର ଯେ ଅନାଥ ହେଉଛନ୍ତି ଏହି ଗଳି ପୋଲ ପାଇଁ ଯାହା କି ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଅଞ୍ଚଳ ବା ସୀ ଦାବି କରିଛନ୍ତି। ତେବେ ତୁରନ୍ତ ଗଳି ପୋଲ ନିର୍ମାଣ ଲାଗି ଦାବି ହୋଇଛି।

Related Articles

Back to top button