Politics

ବଡଚଣା ବିଧାନସଭା କ୍ଷେତ୍ରରେ ପlଣ୍ଡିଆନ ମାରାଥନ ପ୍ରଚାର

 

ବଡ଼ଚଣା ୨୫/୫ :(ଆ ପ୍ର )ବିଜୁଜନତା ଦଳର ବରିଷ୍ଟ ନେତା କାର୍ତ୍ତିକ ପlଣ୍ଡିଆନ ଆଜି ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ଛଅ ଟି ବିଧାନସଭାରେ କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି l ବିଜେଡ଼ି ପ୍ରାର୍ଥୀ ଙ୍କୁ ଜିତାଇବାକୁ ନିବେଦନ କରିବା ସହ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଥଲେ l ଆଜି ଅପରାହ୍ନ ପାଞ୍ଚଟା ରେ ଶ୍ରୀ ପାଣ୍ଡିଆନ ଚଣ୍ଡିଖୋଲ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ହିଲିକାପ୍ଟରଯୋଗେ ପହଞ୍ଚିଲା ପରେ ବିଜେଡ଼ି କର୍ମ କର୍ତ୍ତା ମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ସଭlମଞ୍ଚ ଉପରକୁ ପାଛୋଟି ନେଇଥିଲେ l ସଭାରେ ଯୋଗଦେଇ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଏତେ ଭଲ ପାଇବାଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନାହିଁ l ବାହାରୁ ବଡ଼ବଡ଼ ନେତା ଆସି ଆମ ମୁଖ୍ୟମନ୍ତ୍ରୀଙ୍କୁ, ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି l ମୁଖ୍ୟ ମନ୍ତ୍ରୀ ଙ୍କୁ ଏପରି ଅସମ୍ମlନିତ କରୁଥିବା ଲୋକମାନଙ୍କୁ ମୁହତୋଡ ଜବାବ ଦେବାକୁ ପlଣ୍ଡିଆନ ଆହ୍ବାନ ଦେଇଥିଲେ l ବଡଚଣା ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମହାବିନାୟକ ମନ୍ଦିର ପାଇଁ ସାତ କୋଟି ଟଙ୍କା ଅନୁଦାନ, ଚଣ୍ଡିଖୋଲ କୁ ଏ ନ, ଏ, ସି ଘୋଷଣା, କାଳିଆ ଯୋଜନା, ଲକ୍ଷ୍ମୀ ବସ ଚଳାଚଳ, ମିଶନ ଶକ୍ତି, ୫ଟି ଯୋଜନାରେ ସ୍କୁଲ ରୁପାନ୍ତରିକରଣ, ମିଶନ ଶକ୍ତି ସଭ୍ୟା ମାନଙ୍କୁ ଷାଠିଏ ବର୍ଷ ପରେ ପେନଶନ ପ୍ରଦlନ , ସମସ୍ତ ସରକାରୀ କର୍ମାରୀମାନଙ୍କୁ ବିଜଦୃଷ୍ସ୍ସ୍ ଯୋଜନା ରେ ଅନ୍ତର୍ଭୁକ୍ତ, ଆଦି ଉପରେ ବକ୍ତବ୍ୟ ରଖିଥିଲେ, ବଡଚଣା ରେ ଯଦି ବର୍ଷା ପଚାଶ ହଜାରରୁ ଉର୍ଦ୍ଧ ଭୋଟ ରେ ବିଜୟୀ ହୁଅନ୍ତି ତେବେ ମୁଖ୍ୟ ମନ୍ତ୍ରୀ ବଡଚଣା କୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବେ ବୋଲି କହିବା ସହିତ ଆଗାମୀ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ଉପଭୋକ୍ତା ମାନଙ୍କୁ ବିଜୁଳି ବିଲ ଛାଡ ଓ ଦ୍ଵିତୀୟରେ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବେ | ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନାକୁ ବିରୋଧୀମାନେ ବିରୋଧ କରୁଛନ୍ତି ବୋଲି କହିବା ସହିତ ଆଗାମୀ ୯ ତାରିଖ ଦିନ ଓଡିଶାବାସୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ୩୫ ହଜାର ରୁ ଊର୍ଦ୍ଧ୍ଵ ବିଜେଡ଼ି କର୍ମୀମାନଙ୍କୁ ଶ୍ରୀ ପାଣ୍ଡିଆନ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡ଼ି ସମ୍ପାଦକ ଜନ୍ମଜୟ ଲେଙ୍କା, କ୍ଯାପଟେନ ରାଜନାରାୟଣ ମହାପାତ୍ର, ବଡଚଣା ବ୍ଲକ ବିଜେଡ଼ି ସଭାପତି ଅରବିନ୍ଦ ସାମଲ, ଯାଜପୁର ଜିଲ୍ଲା ପରିଷଦ ଉପଧାକ୍ଷା ଗଣେଶ୍ଵର ବରାଳ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରହଲ୍ଲାଦ ନନ୍ଦ, ପଞ୍ଚାୟତ ସମିତି ଅଧକ୍ଷ୍ୟା ମିନତୀ ସେନାପତି, ସରପଞ୍ଚ ରଞ୍ଜନ ଦାସ, ଯଯାତୀ କେଶରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ |ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button