ନିଆଳିରେ ବି, ଜେ.ଡି.ଦଳର ନିର୍ବାଚନ ପ୍ରଚାର.


ନିର୍ବାଚନ ମଣ୍ଡଳୀରେ ବି, ଜେ.ଡି,ଦଳର ଜୋରସୋର ପ୍ରଚାର ଚାଲିଛି, ନିଆଳି ପଡ଼ିଆରେ ଦେଖିବାକୁ ମିଳିଥିଲା ଜନସମୁଦ୍ର, ଏତେବଡ଼ ଟାଣ ଖରାକୁ ଖାତିରି ନକରି 5Tପାଣ୍ଡିଆନଙ୍କ ଭାଷଣରେ ଲୋକଙ୍କର ଜୟଜୟକାର ଧୂନି | ବିଜୟର ମୁକୁଟ ପିନ୍ଧିବା ପାଇଁ କେଉଁ ଦଳ କେତେ ମାତ୍ରାରେ ଦେଶ, ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେଇଛନ୍ତି, ଶାସନକୁ ଆସିଲେ କେଉଁ ଦଳ କେତେ ବିକାଶର ପଥଦେଖେଇବ ସେ ବିଷୟରେ ଚାଲିଛି ଜୋରସୋର ପ୍ରଚାର । କେନ୍ଦ୍ର କେତେ ଦେଇଛି, ରାଜ୍ୟ କେତେ ଦେଇଛି ଏଭଳି ଭାବରେ ଭାଷଣ ମାରି ଲୋକଙ୍କୁ ଉତ୍ସାହିତ କରିବାରେ ଲାଗିପଡିଛନ୍ତି। ଲୋକମାନଙ୍କୁ ନିଜ ନିଜ ଦଳ ଆଡକୁ ଆକର୍ଷିତ କରିବା ନିଜ ନିଜ ଦଳ କିଏ କେତେ ପାରଙ୍ଗମ, କେତେ ରାଜ୍ୟ, ଦେଶକୁ ଉନ୍ନତି ପଥରେ ଆଗେଇ ନେଇଛନ୍ତି ନିଜ ନିଜ ଭିତରେ ଗୋଇଖୋଳା ଖୋଳି ହେବାରେ ଲାଗିପଡିଛନ୍ତି।୨୫ ବର୍ଷର ଶାସନଭିତରେ ଏବେ ମଧ୍ୟ ଲୋକମାନଙ୍କ ମୁହଁରେ ଦୁଇ ଓଳି ପେଟକୁ ଖାଇବା, ଦେହକୁପନ୍ଧିବା କଷ୍ଟସାଧ୍ୟ ହୋଇରହିଛି। ବେରୋଜଗାରଙ୍କ ସଂଖ୍ୟା ବହୁତ ମାତ୍ରାରେ ବଢିଚାଲିଛି। ବାହାର ଦେଶକୁ ପେଟ ପାଇଁ ଦାଦନ ଖଟି ଘରକୁ ଆଉ ନ ଫେରିବା ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ ଦେଶ, ରାଜ୍ୟରେ ରୋଗ ହେବାପରି ବଢିଚାଲିଛି। କାଇଁ କୋଉଠି ବିକାଶର ପଥତ ଏଠି ଦେଖିବାକୁ ବିମିଳୁନି। ସେକେନ୍ଦ୍ର ହେଉ ବା ରାଜ୍ୟର କୌଣସି ଉନ୍ନତିମୂଳକ କାର୍ଯ୍ୟ ଅନୁଭବ କରିପାରୁନାହାଁନ୍ତି ଜନତା, କାହା ଭାଗ୍ୟରେ ସୁନାର ମୁକୁଟ ପିନ୍ଧିବାକୁ ମିଳୁଛି ଆଗାମୀ ଭବିଷ୍ୟତ କହିବ। କିଏ କେତେ ରାଜ୍ୟକୁ ବିକଷିତଆଡକୁ ନେଉଛି ଖାଲି ନିର୍ବାଚନ ପରେ ଅପେକ୍ଷା,Iବ୍ୟୁର ରିପୋର୍ଟ ସମର୍ଥ ନିୟୁଜ୍ଓଡିଶା




