Politics

ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ

 

ବଡ଼ଚଣା ୨୩/୫ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ବଡ଼ଚଣା ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଅଶୋକ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଡ଼ଚଣା ବିଧାୟକ ପାର୍ଥି ଅମର ନାୟକ ଓ ଯାଜପୁର ସାଂସଦ ପାର୍ଥି ରବି ନାରାୟଣ ବେହେରା ଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟ କଲେ ପ୍ରତ୍ୟେକ ପରିବାରକୁ ମାଗଣାରେ ସୌର ବିଦ୍ୟୁତ, ୨ କୋଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ,୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହାୟତା ,ଆୟୁ ଷମାନ ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ଏତଦ ବ୍ୟତୀତ ରାଜ୍ୟରେ ଚାଲିଥିବା ତାମିଲ ଶାସନକୁ ମୂଳରୁ ଉପାଡି ଫୋପାଡ଼ି ଦେବାକୁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।ସାଂସଦ ପାର୍ଥି ଶ୍ରୀ ବେହେରା ବଡ଼ଚଣା ର ବିକାଶ ଓ ଯାଜପୁରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପଦ୍ମ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ବିଧାୟକ ପାର୍ଥି ଅମର ନାୟକ କହିଥିଲେ ବଡ଼ଚଣା ମାଟି ସ୍ୱାଭିମାନି ମାଟି ଏହି ମାଟିରୁ ପ୍ରତିନିଧିତ୍ଵ କରିଥିବା ନବକୃଷ୍ଣ ଚୌଧୁରୀ ,ଯଦୁମଣି ମଙ୍ଗରାଜ , ଦୁଃଶାସନ ଜେନା ,ମାନଗୋବିନ୍ଦ ସାମଲ ,ଡ଼ ଜଗନ୍ନାଥ ଦାସ ,ସୀତାକାନ୍ତ ମହାପାତ୍ର , ଅମର ପ୍ରସାଦ ଶତପଥୀ ଙ୍କ ଭଳି ନେତୃବୃନ୍ଦ ରାଜ୍ୟ ରାଜନୀତିରେ ନିଜର ପତିଆରା ଜାରି ରଖିବା ସହିତ ବଡ଼ଚଣା ର ଗୌରବକୁ ଅକ୍ଷୁର୍ଣ୍ଣ ରଖିଥିଲେ । କିଛି କୁଚକ୍ରି ନିଜ ସ୍ୱାର୍ଥ ସାଧନପାଇଁ ଏବେ ଏକ ହୋଇ ବଡ଼ଚଣାର ଗୌରବକୁ ବିଦେଶୀ ହାତରେ ଟେକି ଦେବାକୁ ବସିଛନ୍ତି । ମୋର ବଡ଼ଚଣା ର ସ୍ୱାଭିମାନି ମା ଭଉଣୀ ଭାଇ ଏବଂ ଗୁରୁଜନ ମାନଙ୍କୁ ବିନମ୍ର ନିବେଦନ ସେମାନଙ୍କ ଏହି ହୀନ ଚକ୍ରାନ୍ତ କୁ କେବେ ସଫଳ ହେବାକୁ ଦେବନାହିଁ । ବଡ଼ଚଣା ର ବିକାଶକୁ ଆଗେଇ ନେବାପାଇଁ ମୋତେ ଥରେ ସମସ୍ତଙ୍କ ଆଶ୍ରିବାଦ ଦରକାର ।ଯଦି ସମସ୍ତେ ମୋତେ ଆଶ୍ରିବାଦ କରିବେ ମୁଁ କଥା ଦେଉଛି ଏହି ହୀନ ଚକ୍ରାନ୍ତକାରୀ ମାନେ ଆଉ ବଡ଼ଚଣା ସ୍ୱାଭିମାନ କୁ ବିଦେଶୀଙ୍କ ହାତରେ ଟେକି ଦେବାର ଯେଉଁ ଚକ୍ରାନ୍ତ କରିଛନ୍ତି ସେମାନଙ୍କୁ ତାଙ୍କ କଲାକର୍ମ ପାଇଁ ଶହେ ଥର ଭାବିବାକୁ ପଡିବ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଦେବଜାନି ପ୍ରଧାନ ,ପାଣ୍ଡବ ଧଳ ,ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି , ଆଶୁତୋଷ ପରିଡା ,କାହ୍ନୁଚରଣ ଦାସ, ଜିଲ୍ଲା ପ୍ରଭାରୀ ସିପ୍ରା ବାଜପେୟୀ ପ୍ରମୁଖ ଉପସ୍ଥିତ ଥିଲେ ।ଅସହ୍ୟ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ବହୁ ସଂଖ୍ୟାରେ ଉପସ୍ଥିତ କର୍ମୀ ଓ ସମର୍ଥକ ଙ୍କ ଜୟ ଶ୍ରୀରାମ ଧ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା ।ଶେଷରେ ଯୁବନେତା ପ୍ରମୋଦ ଜେନା ଧନ୍ୟବାଦ ଦେଇଥିଲେ ।

Related Articles

Back to top button