ଏରସମାରେ ବିଜେପି ର ବିଜୟ ସଂକଳ୍ପ ସମାବେଶ


ଏରସମା ::- ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରୋଚକ ଖବର ହସ୍ତଗତ ହେବାରେ ଲାଗିଛି !ଦିନକୁ ଦିନ ନବୀନ ସରକାର ଉପରୁ ଆସ୍ଥା ହରେଇ ବିଜେପି ମୁଁହା ହେଉଛନ୍ତି ଲୋକେ !ଠାଏ ଠାଏ ଚାଲିଛି ମିଶ୍ରଣ ପର୍ବ !ଅପରପକ୍ଷେ ଦୀର୍ଘ ପଚିଶ ବର୍ଷର ଶାସନ କାଳରେ ସେପରି ଆଖି ଦୃଷ୍ଟିଆ କାର୍ଯ୍ୟ କରିପାରି ନଥିବା ସରକାର ଜଣେ ଅଣଓଡ଼ିଆ ଉପରେ ରାଜ୍ୟର ସମସ୍ତ ଭାର ସମର୍ପି ଦେଇ ବିକାଶ ର ଡିଣ୍ଡିମ ପିଟି ଚାଲିଛି ବୋଲି ଏରସମା ରେ ଅନୁଷ୍ଠିତ ବିଜେପି ବିଜୟ ସଂକଳ୍ପ ସମାବେଶରେ ବିଜେଡି ଉପରେ ପ୍ରବଳ ଗର୍ଜିଛନ୍ତି ରାଷ୍ଟ୍ରୀୟ ନେତା ଜଗତ ପ୍ରକାଶ ନଡ୍ଡା !ଏରସମା ର ବିକାଶ ପାଇଁ ବିଜେପି ସମର୍ଥିତ ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଶ୍ରୀ ନଡ୍ଡା ଏରସମା ବାସୀ ଙ୍କୁ ଆହ୍ୱାନ ଦେଇଥିଲେ !ଏହି ସମାବେଶ ରେ ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ , ଜଗତସିଂହପୁର ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ବିଜେପି ଏକମାତ୍ର ବିକଳ୍ପ ବୋଲି ଉପସ୍ଥିତ ଜନତାଙ୍କୁ ଉତ୍ସାହିତ କରିଥିଲେ ! ଏହା ବ୍ୟତୀତ ଜିଲ୍ଲାର ତଥା ଏରସମା ବାଲିକୁଦା ନିର୍ବାଚନ କ୍ଷେତ୍ରର ଅନେକ ଛାମୁଆ ନେତା ଉକ୍ତ ସମାବେଶରେ ଉପସ୍ଥିତ ଥାଇ ସଭାକାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ହଜାର ହଜାର କର୍ମୀ ଓ ଭୋଟର ଏହି ସମାବେଶକୁ ସଫଳ କରାଇ ଥିବାର ଜଣାଯାଇଥିଲା !
ଜଗତସିଂହପୁର ରୁ ଜିଲ୍ଲାପ୍ରତିନିଧି ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




