ଭୁବନରେ ବିଜେଡ଼ି ର ବିଶାଳ ନିର୍ବାଚନୀ ଶୋଭାଯାତ୍ରା ଓ ବିକାଶ ର ବାର୍ତ୍ତା କୁ ନେଇ ଶକ୍ତି ପ୍ରଦର୍ଶନ


_ରାଜ୍ୟ ରାଜନୀତିରେ ସର୍ବଦା ଚର୍ଚ୍ଚିତ ବିଧାନସଭା କ୍ଷେତ୍ର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ । ଯାହା କୁ ରାଜ୍ୟ ର ଭେଟେରାନ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗତ ଦୁଇଦଶନ୍ଧି ଧରି ନିଜ ଦଖଲ ରେ ରଖି ଆସିଛନ୍ତି । ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳରେ ଲଗାତାର ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଜୟ ହାସଲ କରି ଆସିଛି । ଏକ ପ୍ରକାର ଗଡ ତିଆରି କରି ବିଜୁ ଜନତା ଦଳ ତରଫରୁ ପଞ୍ଚମ ପାଳି ର ଭାଗ୍ୟ ପରିକ୍ଷା ଲାଗି ଏଠି କଡ଼ା ଟକ୍କର ର ସମ୍ମୁଖୀନ ଦେଉଛନ୍ତି ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ବିଗତ ଦିନରେ କରିଥିବା ବିକାଶ କାର୍ଯ୍ୟ ଧାରା ଯଥା ବ୍ରାହ୍ମଣୀ ନଦୀ ଉପର ଚାରୋଟି ବ୍ରିଜ, ରାସ୍ତା ନିର୍ମାଣ, ଚାଷ ଜମି କୁ ଜଳ ଗାଁ, ଏନ୍ ଏ ସି ର ବିକାଶ କାର୍ଯ୍ୟ ସହ ନିଜ ପାଇଁ ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି ବିଧାୟକ ପ୍ରାର୍ଥୀ । ସେହିପରି ବିଜୁ ଜନତା ଦଳ ତରଫରୁ ଢେଙ୍କାନାଳ ସାଂସଦ ପ୍ରାର୍ଥି ଭାବେ ନବାଗତ ଯୁବ ନେତା ଡ଼ ଅବିନାଶ ସାମଲ ଙ୍କ ଯୁବ ନେତୃତ୍ବ ପ୍ରତି ଜନତା ଦେଖାଉଛନ୍ତି ଦୃଢ଼ ସମର୍ଥନ । ବିଜେଡ଼ି ର
ଏହି ଦୁଇ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଡ଼ ଅବିନାଶ ସାମଲ ଙ୍କ ସମର୍ଥନ ରେ ଭୁବନ ଏନ୍ ଏ ସି ଠାରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ବିଶାଳ ଶୋଭାଯାତ୍ରା ପାଖାପାଖି ପାଞ୍ଚ ହଜାର ରୁ ଉର୍ଦ୍ଧ ସାଧାରଣ ମହିଳା, ଯୁବ କର୍ମୀ ସାମିଲ ହୋଇଥିଲେ । ଯାହା କି ଭୁବନ ନଗର ପରିକ୍ରମା କରିଥିଲା ଏବଂ ଏହି ବିଶାଳ ଶୋଭାଯାତ୍ରା ବିଜୁ ଜନତା ଦଳ ପ୍ରତି ସାଧାରଣ ଜନତା ଦୃଢ଼ ସମର୍ଥନ ଦେଉଥିବା ଜଣା ପଡୁଛି ।
ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ, ସମର୍ଥ ନୀଉଜ




