ବଡଚଣା ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

.
ବଡଚଣା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ମୋର୍ଚ୍ଚା ସମ୍ମିଳନୀ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଦୀପକ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ମଧ୍ୟ ପ୍ରଦେଶର ବିଧାୟକ ପ୍ରଦୀପ ପଟେଲ ଯୋଗଦେଇ ଓଡିଶାରେ ଏଥର ଡବଲ ଇଞିନ ସରକାର ହେବ।ରାଜ୍ୟ ଶାସନ ଏବେ ନବୀନଙ୍କ ହାତରେ ନାହିଁ ତାଙ୍କର ଜଣେ ଗୁମାସ୍ତା ଶାସନ ବ୍ୟବସ୍ଥା ଚଳାଉଛନ୍ତି।ଓଡିଶାରେ ବିଜେପି କ୍ଷ୍ୟମତାକୁ ଆସିଲେ ବିକାଶ ଦ୍ୱିଗୁଣିତ ହେବ।ବିଧାୟକ ପ୍ରାର୍ଥି ଅମର ନାୟକ ଯୋଗଦେଇ ବଡଚଣାର ଅସ୍ମିତା ଓ ସ୍ୱାଭିମାନ କୁ ବିଜେଡି କୁଠାର ଘାତ କରିଛି।ବଡଚଣାରୁ ଅନେକ ଯୋଗ୍ୟ ପୁରୁଷ ବିଧାୟକ ଭାବେ ନିର୍ବାଚିତ ହୋଇ ଯାଇଥିବା ବେଳେ ଏବେ କଣ କେହି ଆଉ ଯୋଗ୍ୟ ବ୍ୟକ୍ତି ମିଳି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।ବିଧାନସଭା ପ୍ରଭାରୀ ନିରଞନ ଘଡାଇ ଯୋଗଦେଇ ବଡଚଣା ଏଥର ଇତିହାସ ଷୃଷ୍ଟି କରିବା ସହ ସମଗ୍ର ରାଜ୍ୟକୁ ନିଆରା ଦିଗଦର୍ଶନ ଦେବ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନ,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ,ମଣ୍ଡଳ ସଭାପତି ବାବାଜୀ ଜେନା,ତାପସ ମହାନ୍ତି,ନରେନ୍ଦ୍ର ସାମଲ,ପଲାସ ନାୟକ ସହ ଶତାଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।




