ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଢେଙ୍କାନାଳ ଗସ୍ତ


-ଢେଙ୍କାନାଳ ଭଗବାନପୁର ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ନିର୍ବାଚନି ସଭା ସମାଗମ ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀମାଙ୍କୁ ଉଦବୋଧନ ଦେବା ଶହ ଚଳିତ ନିର୍ବାଚନ ରେ ବିଜେଡି ଦଳ ଉପରେ ପୁଣି ଆସ୍ଥା ପ୍ରକଟ କରିବାକୁ ଭୋଟର ମାନଙ୍କୁ ନିବେଦନ କରିବା ସହିତ ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l
ଏହା ସହିତ ବିଗତ ୨୫ ବର୍ଷ ଭିତରେ ବିଜେଡି ସରକାରର ସଫଳତା ଉପରେ ଆଲୋକପାତ କରିବା ସହ 5T ଗ୍ୟାରେଣ୍ଟି ଦ୍ଵାରା ଜନସାଧାରଣ ମାନଙ୍କର ଅନେକ ସମସ୍ୟା ସମାଧାନ ହୋଇପାରୁଛି ବୋଲି ଦୃଢୋକ୍ତି ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ପାର୍ଥୀ ସୁଧିର କୁମାର ସାମଲ, ହିନ୍ଦୋଳ ବିଧାୟକ ପାର୍ଥୀ ମହେଶ ସାହୁ, କାମାକ୍ଷାନଗର ପାର୍ଥୀ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ ବିଧାୟକ ପାର୍ଥୀ ଡାକ୍ତର ନୃସିଂହ ସାହୁ, ଢେଙ୍କାନାଳ ଲୋକସଭା ପାର୍ଥୀ ଡାକ୍ତର ଅବିନାଶ ସାମଲ ପ୍ରମୁଖ ପାର୍ଥୀ ମାନେ ଭୋଟର ମାନଙ୍କୁ ତବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ,ପ୍ରମୁଖ ନେତା ଭି କେ ପାଣ୍ଡିଆନ, ପୌରପାଳିକାର ଉପଧକ୍ଷା ପ୍ରକାଶ ଚନ୍ଦ୍ର କୁଅଁର ଦଳର ବିଭିନ୍ନ ମୁଦାକୁ ନେଇ ଭୋଟର ମାନଙ୍କୁ ଆକୃଷ୍ଟ କରିଥିଲେ ।ଏହି ନିର୍ବାଚନି ସଭାରେ 40 ହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲେ l




