Politics

ଗାଁ ମୁଁହା ପ୍ରାର୍ଥୀ, ପରଖୁଛନ୍ତି ଭୋଟର ଜମୁଛି ମଦ ମାଂସ ର ଆସର 

 

ହରଭଙ୍ଗା 17/5/24(ଚିତ୍ତ ରଞ୍ଜନ ସିଂ )ଆସନ୍ତା 20 ତାରିଖ ରେ ହେବାକୁ ଥିବା ଦିତ୍ୱୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ କୁ ନେଇ ବୌଦ୍ଧ ରାଜନୀତି ସରଗରମ ହୋଇ ଉଠୁଛି।ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ନିଜ ନିଜର ପ୍ରଚାର କୁ ଜୋର ଦାର ଚଳେଇଥିବା ଦେଖିବାକୁ ମିଳୁଛି। ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଣ ନୀତି ଆପଣେଇଛନ୍ତି ତିନି ଦଳର ପ୍ରାର୍ଥୀ।ପ୍ରଚାର ପାଇଁ ଦିନ ରାତି ଏକ କରିଦେଇଛନ୍ତି।ଗାଁ କୁ ଗାଁ ଯାଇ ପଞ୍ଚାୟତ ଓ ବୁଥସ୍ତର ରେ ଲୋକ ମାନଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି।ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ବଢ଼ିବାରେ ଲାଗିଛି।ପ୍ରାର୍ଥୀ ମାନଙ୍କୁ ଆଉ ଦେଖିବାକୁ ମିଳୁନି।ଜନତା ଙ୍କ ସମର୍ଥନ ପାଇଁ ସକାଳୁ ସକାଳୁ ଗାଁ ମୁହାଁ ହେଉଛନ୍ତି ପ୍ରାର୍ଥୀ।ବାଇକ ରାଲି, ରୋଡ଼ ସୋ, ପଥପ୍ରାନ୍ତ ସଭା କରି ଭୋଟର ମାନଙ୍କୁ ମନେଇବାରେ ଲାଗିଛନ୍ତି । ଏପଟେ ଗଛତଳ, ଗାଁ ପଡ଼ିଆ, ନଦୀପଠା ରେ ଜମୁଛି ମଦମାଂସ ର ଆସର ପ୍ରାର୍ଥୀ ମାନେ ସହର ବଜାର, ଗ୍ରାମାଞ୍ଚଳ, ୱାର୍ଡ, ଓ ଗଳିକନ୍ଦି ମାନଙ୍କରେ ବିଭିନ୍ନ ଆଲବମ ଓ ଫିଲ୍ମ ଗୀତ ସୁରରେ ପ୍ରଚାର ଗୀତ ପ୍ରସ୍ତୁତ କରି ପ୍ରଚାର ଚଳେଇଚନ୍ତି।ଦିନରେ ପ୍ରାର୍ଥୀ ମାନେ ଗ୍ରାମାଞ୍ଚଳ ରେ ପ୍ରଚାର କରୁଥିବା ବେଳେ, ପ୍ରାର୍ଥୀଙ୍କ ଆତ୍ମୀୟ ତଥା ପରିବାର ସଦସ୍ୟ ମାନେ ସହର ବଜାର ରେ ଚାଲି ଚାଲି ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି।ସେହିପରି ଗାଁ ମୁଖିଆ, ସାହିମୁଖିଆ,ଯୁବକସଙ୍ଘ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ଭୋଟ ଭିକ୍ଷା କରୁଛନ୍ତି।ଦେଖିବାକୁ ଗଲେ ସେମିତି କିଛି ଆଖିଦୃଷ୍ଟିଆ ଷ୍ଟାର ପ୍ରଚାରକ ବର୍ତମାନ ସୁଦ୍ଧା ବୌଦ୍ଧ ନିର୍ବାଚନ ମଣ୍ଡଳୀ କୁ ପ୍ରଚାର କରିବାକୁ ଆସିନାହାନ୍ତି। ସବୁଦଳର ପ୍ରାର୍ଥୀ ଙ୍କ ଲକ୍ଷ ଯୁବ ଭୋଟର ଓ ମହିଳା ଏସଏଚଯି ଗ୍ରୁପ ଉପରେ। ଦେଖିବାକୁ ଗଲେ ଭୋଟର ମାନଙ୍କ ତରଫରୁ ମଧ୍ୟ କୌଣସି ଚର୍ଚ୍ଚା ହେଉନଥିବା ଦେଖିବାକୁ ମିଳୁଛି ।ବିଭିନ୍ନ ସଭା ସମିତି କରି ଭୋଟର ମାନଙ୍କ ନିକଟତର ହେବାକୁ ପ୍ରାର୍ଥୀ ଙ୍କ ଚେଷ୍ଟା ଚାଲିଛି।ସବୁଠୁ ରୋଚକ କଥା ହେଉଛି ପ୍ରାର୍ଥୀ ଙ୍କ କଥା ମତଦାତା ଶୁଣୁଛନ୍ତି ହେଲେ ପ୍ରମୁଖ ଦଳର ପ୍ରାର୍ଥୀ ମାନେ ନିଜ ସଂକଳ୍ପ ପତ୍ର ତଥା ଇସ୍ତାହାର ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ କଣ କରିବାକୁ ଲକ୍ଷ ରଖିଛନ୍ତି ଓ ଅତୀତ ରେ ତାଙ୍କ ଦଳ ଓ ସେମାନେ କଣ କରିଛନ୍ତି ତାହାକୁ ପରଖୁଛନ୍ତି ମତଦାତା। ସେହି ଅନୁଯାୟୀ ସେହିପରି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ଆଲୋଚନା ହେଉଛି।

Related Articles

Back to top button