କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଋଣ୍ଡିମହୁଲ ପଂଚାୟତ ରେ ବିଜେପି ର ଜୋରଦାର ପ୍ରଚାର l


କଣ୍ଟାମାଳ, ୧୬/୨: ( ପ୍ରଭାତ କୁମାର ସାହୁ)ନିର୍ବାଚନ ପ୍ରଚାର ପiଇଁ ଆଉ ଦୁଇ ଦିନ ବାକିଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ପାଣିପାଗ ଓ ଜମୁଛି ପ୍ରଚାର ପ୍ରସାର l ପ୍ରଚାର ପାଇଁ ଦିନ ରାତି ଏକ କରିଦେଇଛନ୍ତି ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ସୁଧାଂଶୁ ଡାଙ୍ଗ ।ଏହି ନିର୍ବାଚନ ମଣ୍ଡଳୀ କଣ୍ଟାମାଳ ବ୍ଲକର ୨୪ଟି ଓ ବୌଦ୍ଧ ବ୍ଲକ ର ୧୨ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ l ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ କହ୍ନlଇ ଚରଣ ଡାଙ୍ଗଙ୍କ ପୁତ୍ର ମିଲନ ଡାଙ୍ଗ ଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି l ଏହି ଅବସରରେ ଏକ ରାଲି ବାହାରିଋଣ୍ଡିମହୁଲ ଗ୍ରାମପଂଚାୟତ ର ସୁଲିଆ, ନୂଆପାଲୀ, ଋଣ୍ଡିମହୁଲ, ଟାଙ୍ଗିଆପାଲି, ବରପଦର, ବାଲିଜୋରୀ, ପାଞ୍ଚଖଣ୍ଡି, ଝାରଫେସ୍ପେରଡ଼ି, ଡୁଙ୍ଗୁରିଗୋରl, କେଂକମଞ୍ଜି, ଆଦିଗ୍ରାମ ବୁଲିଥିଲାଓ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ l ଉକ୍ତ ରାଲିରେ ବିଜେପି ନେତା ପଞ୍ଚାନନ ସାହୁ,ସନତ କୁମାର ବାରିକ ,କଣ୍ଟାମାଲ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ସମିତି ସଭ୍ୟ ଲିଙ୍ଗରାଜ ଦନ୍ତା ଗୋପାଳ ପୁରୋହିତ,ଅନନ୍ତ ଚରଣ ସାହୁ,ଦୀପକ କୁମାର ବାରିକ, ଗୁଲେଖ ସାହୁ, ଉମାକାନ୍ତ ବାରିକ, ବଳରାମ ବାରିକ, ଏକl ଦସିଆ ଖେତି, ଲାଲମୋହନ ସାହୁଙ୍କ ସମେତ ବହୁସଂଖ୍ୟାରେ କର୍ମୀ, ନେତା ଯୋଗ ଦେଇଥିଲେlସେହିପରି ବିଜେଡି ମଧ୍ୟ ତାର ଚତୁରଙ୍ଗ ଦଳ ଧରି ବରଗାଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କ ପୁଅ ଓ ବୋହୁ ପ୍ରଚାର ମୈଦାନରେ ନିଜ ପିତାଙ୍କ ସପକ୍ଷରେ ଭୋଟଦାନ ପାଇଁ ଘର ଘର ବୁଲୁଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




